ଭିତ୍ତିଭୂମି ରକ୍ଷଣାବେକ୍ଷଣରେ ୬୨୭ କୋଟି ଟଙ୍କା ଖର୍ଚ କରିବେ ବିତରଣ କମ୍ପାନି

ଶିଳ୍ପୋଦ୍ୟୋଗୀ ଦେଇନାହାନ୍ତି ୪୧୮ କୋଟିର ବକେୟା ବିଦ୍ୟୁତ ବିଲ୍‌

ପ୍ରକାଶ ପାଇଲା ନୂଆ ବିଦ୍ୟୁତ୍ ଟାରିଫ୍ ଅଧିନିୟମ ବିଜ୍ଞପ୍ତି: ଏଣିକି ବହୁବର୍ଷୀୟ ଟାରିଫ୍ ବ୍ୟବସ୍ଥା

ଭୁବନେଶ୍ବର : ୨୦୨୨/୨୩ ଆର୍ଥିକ ବର୍ଷରେ ବିତରଣ କମ୍ପାନିମାନଙ୍କୁ ୬୨୭ କୋଟି ଟଙ୍କା ରକ୍ଷଣା ବେକ୍ଷଣ ଲାଗି ଖର୍ଚ କରିପାରିବେ। ଏଥିରେ କମ୍ପାନିଙ୍କ ନିଜସ୍ବ ଭିତ୍ତିଭୂମିର ରକ୍ଷଣ‌ାବେକ୍ଷଣ ପାଇଁ ୪୯୪.୯୩ କୋଟି ଟଙ୍କା ଓ ରାଜ୍ୟ ସରକାରଙ୍କ ଭିତ୍ତିଭୂମିର ରକ୍ଷଣାବେକ୍ଷଣ ପାଇଁ ୧୩୨.୬୨କୋଟି ଟଙ୍କା ବାର୍ଷିକ ସମୁଦାୟ ରାଜସ୍ବ ଆବଶ୍ୟକତା(ଏଆରଆର)ରେ ଖର୍ଚ କରିବା ପାଇଁ ଓଇଆରସି ଅନୁମତି ଦେଇଥିବା ବିଧାନସଭାରେ ସୂଚନା ଦେଇଛନ୍ତି ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର।

ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ମିଶ୍ର କହିଛନ୍ତି ଯେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିତରଣ କ୍ଷେତ୍ର ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯୋଜନାରେ ତିଆରି ହୋଇଥିବା ସଂପତ୍ତିର ମାଲିକାନା ରାଜ୍ୟ ସରକାରଙ୍କ ପାଖରେ ରହିଛି। ବିତରଣ କମ୍ପାନିମାନେ କେବଳ ଏହାର ବ୍ୟବହାର ଓ ରକ୍ଷଣାବେକ୍ଷଣ କରୁଛନ୍ତି। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ହାତୀ କରିଡରରେ ଭିତ୍ତିଭୂମି ମଜଭୁତ କରିବା, ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରରୁ ଲାଇନ୍ ତଥା ସବ୍ ଷ୍ଟେସନ୍‌ ସ୍ଥାନାନ୍ତରିତ କରିବା ଓ ଭିତ୍ତିଭୂମି ବିକାଶ ପ୍ରଭୃତିରେ ନିର୍ମିତ ସଂପତ୍ତି ସଂପୃକ୍ତ ବିତରଣ କମ୍ପାନି ନିଜର ବାଲାନ୍‌ସ ସିଟ୍‌ରେ ଦର୍ଶାଯାଇଛନ୍ତି।

ଏହାସହ ଟାଟା କମ୍ପାନିକୁ ଦାୟିତ୍ବ ହସ୍ତାନ୍ତର ସମୟରେ ଓଇଆରସି ଭେଷ୍ଟିଂ ଅର୍ଡରରେ ଏହି ଭିତ୍ତିଭୂମିର ଅଂଶ ଆବଶ୍ୟକତା ଅନୁସାରେ ପର୍ଯ୍ୟାୟକ୍ରମେ ବିତରଣ କମ୍ପାନିକୁ ଗ୍ରିଡକୋର ଅଂଶଧନ ହିସାବରେ ହସ୍ତାନ୍ତର କରିବା ଲାଗି ନିର୍ଦେଶ ଦେଇଛନ୍ତି। ସୂଚନା ଯେ, ବିଦ୍ୟୁତ ବିତରଣ କମ୍ପାନିମାନଙ୍କର ଭିତ୍ତିଭୂମି ବିକାଶ ପ୍ଲାନ୍‌କୁ ଓଇଆରସି ଅନୁମୋଦନ କରିଥାନ୍ତି।

ଶିଳ୍ପୋଦ୍ୟୋଗୀ ଦେଇନାହାନ୍ତି ୪୧୮ କୋଟିର ବକେୟା ବିଦ୍ୟୁତ ବିଲ୍‌
ଭୁବନେଶ୍ବର : ରାଜ୍ୟର ଉଭୟ ସରକାରୀ ଓ ଘରୋଇ ଶି‌େଳ୍ପାଦ୍ୟୋଗୀ ୪୧୮କୋଟି ୧୨ଲକ୍ଷ ୨୦ହଜାର ଟଙ୍କାର ବକେୟା ବିଦ୍ୟୁତ ବିଲ୍‌ ଦେଇ ନାହାନ୍ତି। ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ସେ କହିଛନ୍ତି ଯେ ବିଦ୍ୟୁତ ଦର ବୃଦ୍ଧି ବୋଝ ଯୋଗୁଁ କୌଣସି ଶିଳ୍ପ ସଂସ୍ଥାରେ ଉତ୍ପାଦନ ବନ୍ଦ ସମ୍ବନ୍ଧୀୟ ତଥ୍ୟ ଶକ୍ତି ବିଭାଗ, ଇପିକଲ ଓ ଶିଳ୍ପ ନିର୍ଦେଶକଙ୍କ କାର୍ଯ୍ୟାଳୟରେ ଉପଲବ୍ଧ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe