ଜିଲ୍ଲାସ୍ତରୀୟ ବର୍ଣ୍ଣବୋଧ ଉତ୍ସବ କାର୍ଯ୍ୟକ୍ରମରେ ବର୍ଣ୍ଣବୋଧ ବଣ୍ଟନ

ବୌଦ୍ଧ ବ୍ଲକ୍ ମୁର୍ଶୁଣ୍ଢ1 ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ଓଡିଆ ପକ୍ଷ ପାଳନ ଅବସରରେ ବର୍ଣ୍ଣବୋଧ ବଣ୍ଟନ-ବର୍ଣ୍ଣବୋଧ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି...

Distribution of Barnabodh at the district-level Barnabodh festival program

Distribution of Barnabodh at the district-level Barnabodh festival program Photograph: (sambad.in)

ବୌଦ୍ଧ: ବୌଦ୍ଧ ବ୍ଲକ୍ ମୁର୍ଶୁଣ୍ଢ1 ସ୍ଥିତ ସରକାରୀ  ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ଓଡିଆ ପକ୍ଷ ପାଳନ ଅବସରରେ ବର୍ଣ୍ଣବୋଧ ବଣ୍ଟନ-ବର୍ଣ୍ଣବୋଧ ଉତ୍ସବ କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇ ଯାଇଛି। ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସାଧାରଣ ସଭାରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉଦଘାଟନ କରିଥିଲେ |

ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର, ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ରୁର ଜାନୀ ମଞ୍ଚାସୀନ ଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତୀ ବଲିଆର ସିଂ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ।

ଏହି ଅବସରରେ ଅତିଥିମାନେ ଉପସ୍ଥିତ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ମଧୁ ସୂଦନ ରାଓଙ୍କ ଓଡିଆ ବର୍ଣ୍ଣବୋଧ ବଣ୍ଟନ କରା ଯାଇଥିଲା। ସେହିପରି ଜିଲ୍ଲାପାଳ ଓ ଅନ୍ୟ ଅତିଥି ମାନେ ବିଦ୍ୟାଳୟ ପରିସରରେ ବୃକ୍ଷ ଚାରା ରୋପଣ କରିଥିଲେ। 

ଅଧିକ ପଢ଼ନ୍ତୁ: ପାଣ୍ଡିଆନ୍ ‌ଗୋ ବ୍ୟାକ୍! ୱାକଫ୍ ବିଲ୍ ଭୋଟ୍ ବିବାଦ ନେଇ ନବୀନ ନିବାସରେ ପ୍ରତିବାଦ

ଅନ୍ୟମାନଙ୍କ ମଧ୍ୟରେ  ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଗୋପାଳ କୃଷ୍ଣ ମଲ୍ଲିକ, ସମନ୍ୱିତ ଶିଶୁ ବିକାଶ ଅଧିକାରୀ ୱାହିଦା ବେଗମ, ସିଆରସିସି ରଶ୍ମି ରଞ୍ଜନ ଦାଶ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ। ଶେଷରେ ଗୋଷ୍ଠି ଶିକ୍ଷା ଅଧିକାରୀ ଉପେନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

ଅଧିକ ପଢ଼ନ୍ତୁ: ନବରାତ୍ରୀ ପାଇଁ ନିରାମିଷ ବିରିୟାନି ଅର୍ଡର କରିଥିଲେ ମହିଳା, ଆସିଲା ଚିକେନ୍ ବିରିୟାନି

Kandhamal 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe