Distribution of blankets to helpless elderly Photograph: (sambad.in)
ଘୁ.ଉଦୟଗିରି: ଶୀତ ପ୍ରକୋପ ବଢ଼ିବା ସହ ଅସହାୟ ଗରିବ ବୃଦ୍ଧବୃଦ୍ଧାମାନଙ୍କୁ ସହାୟତା ଯୋଗାଇବା ଏବଂ ସେମାନଙ୍କ ମୁହଁରେ ହସ ଫୁଟେଇବା ଉଦ୍ଦେଶ୍ୟରେ ସୋସିଆଲ ୱାର୍କର ଆସୋସିଏସନ ଅଫ କନ୍ଧମାଳ (ସ୍ୱାକ୍) ସଂଗଠନ ପକ୍ଷରୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ସ୍ଥାନୀୟ ନୂଆ ହାଟପଦା ଠାରେ ଅନୁଷ୍ଠିତ ହୋଇଯାଇଛି।
ଘୁ.ଉଦୟଗିରି ଅଞ୍ଚଳର ସମାଜସେବା ମନୋଭାବ ବ୍ୟକ୍ତିମାନଙ୍କ ସହାୟତାରେ ଅସହାୟ ଗରିବ ନିରୀହ ବାପା ମାଆ ଭାଇ ଭଉଣୀମାନଙ୍କୁ କମ୍ବଳ ପ୍ରଦାନ କରିବା ନିମନ୍ତେ ସ୍ଵାକ୍ ପକ୍ଷରୁ ଏକ ପ୍ରୟାସ କରାଯାଇଛି ।
ଆହୁରି ପଢ଼ନ୍ତୁ:Malkangiri Violence:ଫେକ୍ ନିଉଜ କିମ୍ବା ଗୁଜବ ପ୍ରଚାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ: ଗ୍ରାମବାସୀଙ୍କ ସହ ଆଲୋଚନା କଲେ ଜିଲ୍ଲାପାଳ-ଏସ୍ପି
୯ ପଞ୍ଚାୟତର ଲୋକଙ୍କୁ କମ୍ବଳ ବଣ୍ଟନ
କାର୍ଯ୍ୟକ୍ରମରେ ୯ ଗୋଟି ପଞ୍ଚାୟତର ଶତାଧିକ ଗରିବ ନିରୀହ ବାପା, ମାଆ, ଭାଇ,ଭଉଣୀମାନଙ୍କୁ କମ୍ବଳ ପ୍ରଦାନ କରାଯାଇଛି । ସୂଚନା ଅନୁସାରେ ଓଡ଼ିଶାର ଦାର୍ଜିଲିଂ ନାମରେ ନାମିତ ଘୁ.ଉଦୟଗିରିରେ ଗତ କିଛି ବର୍ଷ ହେବ ଅଧିକ ଶୀତ ହେଉଛି । ତାପମାତ୍ରା ସର୍ବନିମ୍ନ ରହୁଛି । ଏହାକୁ ଦୃଷ୍ଟିରେ ରଖି ସ୍ୱାକ ସଂଗଠନ ପକ୍ଷରୁ ଏହି ପ୍ରୟାସ ଆରମ୍ଭ କରାଯାଇଛି ।
ଗରିବ ବୃଦ୍ଧ କିମ୍ବା ବୃଦ୍ଧା,ଭାଇ କିମ୍ବା ଭଉଣୀଙ୍କ ମୁହଁରେ ହସ ଫୁଟାଇବା ନିମନ୍ତେ ଛୋଟ ପ୍ରୟାସ କରାଯାଉଛି ବୋଲି ସଙ୍ଗଠନର ସଭାପତି ଆମନ ଚନ୍ଦ୍ର ନାୟକ ମତ ପ୍ରକାଶ କରିଛନ୍ତି ।
କନ୍ଧମାଳ ଜିଲ୍ଲାର ୯ ଗୋଟି ପଞ୍ଚାୟତ କଥା ଗ୍ରେସିଙ୍ଗିଆ, ରଟିଙ୍ଗିଆ,ରାଇକାଲା, ଲିଙ୍ଗାଗଡ, କତିଙ୍ଗିଆ, ଗଦଗୁଡ଼ା, ତଲାରିମାହା,କଳିଙ୍ଗା, ମାଲିକାପଡି ଆଦି ପଞ୍ଚାୟତରୁ ଶତାଧିକ ଗରିବ ନିରୀହ ଅସହାୟ ବୃଦ୍ଧ,ବୃଦ୍ଧା ମା’ ବାପାମାନେ ସ୍ୱାକ୍ ସଂଗଠନର ସଦସ୍ୟମାନଙ୍କ ଠାରୁ କମ୍ବଳ ଗ୍ରହଣ କରିଥିଲେ।
ଅନୁଷ୍ଠାନର ପରାମର୍ଶଦାତା ତଥା ବରିଷ୍ଠ ସାମ୍ବାଦିକ ସମୀର କୁମାର୍ ପାଢ଼ୀ, ଘୁ.ଉଦୟଗିରି ଆଦର୍ଶ ଥାନା ଇନ୍ସପେକ୍ଟର ରଞ୍ଜିତା ବେହେରା, ସମାଜସେବୀ ଅନିଲ ପଟ୍ଟନାୟକ ସହିତ ବହୁ ସ୍ବେଛାସେବୀ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ରହି କମ୍ବଳ ବିତରଣ କାର୍ଯ୍ୟକ୍ରମ ଆରମ୍ଭ କରିଥିବା ବେଳେ ଅନୁଷ୍ଠାନର ସମ୍ପାଦକ ହୃଷୀକେଶ ପ୍ରଧାନ ପରିଚାଳନା କରିଥିବା ବେଳେ ସମସ୍ତ ସଦସ୍ୟ ଅନୁଷ୍ଠାନର ମୂଳ ଲକ୍ଷ୍ୟ ବିଷୟରେ ନିଜ ନିଜ ବାର୍ତ୍ତା ରଖିଥିଲେ।
ସ୍ୱାକ୍ ସଂଗଠନ ସବୁବେଳେ ନିରୀହ ଅସହାୟ ନିଷ୍ପେସିତ ଲୋକଙ୍କ ସହାୟତା କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ସାହାର୍ଯ୍ୟ ଓ ସହଯୋଗ କରିବା ଉଦ୍ଧେଶ୍ୟରେ ଏହି ସଂଗଠନ କାମ କରୁଛି ବୋଲି କହିଥିଲେ। ଆଗାମୀ ଦିନରେ କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଲକରେ ଏହି କମ୍ବଳ ବଣ୍ଟନ କାର୍ଯ୍ୟ କରାଯିବ ବୋଲି ସଂଗଠନ ପକ୍ଷରୁ ମତ ପ୍ରକାଶ କରିଛନ୍ତି।
ଆହୁରି ପଢ଼ନ୍ତୁ:Lawyer Slapped Police Officer: ରାସ୍ତା ମଝିରେ ପୁଲିସକୁ ଦେଖି ନିସ୍ତୁକ ଛେଚିଲେ ଓକିଲ
କାର୍ଯ୍ୟକ୍ରମକୁ ସଂଗଠନର ସମ୍ପାଦକ ହୃଷିକେଶ ପ୍ରଧାନ ପରିଚାଳନା କରିଥିବାବେଳେ ଉପସଭାପତି ସସ୍ମିତା ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ସଂଗଠନର ସହ ସମ୍ପାଦକ ସଞ୍ଜୀବ ଦିଗାଲ, କୋଷାଧକ୍ଷ ସାମନ୍ତ ସେଖର ନାୟକ,ଗ୍ରେସିଙ୍ଗିଆ ସରପଞ୍ଚ ତ୍ରିଶିଳା ପ୍ରଧାନ, ସଭ୍ୟ କୁଞ୍ଜବନ କହଁର, ରଶ୍ମିତା କହଁର ଓ ମିନାକ୍ଷୀ ପ୍ରଧାନ ସହଯୋଗ କରିଥିଲେ। ଶେଷରେ କମ୍ବଳ ପାଇ ଉପକୃତ ହୋଇଥିବା ବୃଦ୍ଧ–ବୃଦ୍ଧାମାନେ ସ୍ୱାକ୍ ସଂଗଠନ ପ୍ରତି କୃତଜ୍ଞତା ଜଣାଇଥିଲେ।
Follow Us