କୋରେଇ : କୋରେଇ ବ୍ଲକ୍ ଅନ୍ତର୍ଗତ ଖମଣ ପଞ୍ଚାୟତ ନାଉଡ଼ପୁର ଗ୍ରାମରେ ଏକତା ପରିଷଦ ଓ ପ୍ରୟୋଗ ସମାଜସେବୀ ସଂସ୍ଥା ପକ୍ଷରୁ ୫ ଦିନିଆ ଶ୍ରମଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଗ୍ରାମର ୫୦ ଜଣ ପୁରୁଷ ଓ ମହିଳା ସ୍ବେଚ୍ଛାସେବୀ ଅଣକୁଶଳୀ ଶ୍ରମଜୀବୀ ଶ୍ରମଦାନ କରିଥିଲେ। ଚଳିତ ମାସ ୨୧ ତାରିଖରୁ ଆରମ୍ଭ ହୋଇଥିବା ଏହି ଶିବିର ଆଜି ଶେଷ ହୋଇଥିଲା। ଗ୍ରାମରେ ଥିବା ସନ୍ତରାଗଡ଼ିଆ ପୋଖରୀରୁ ଅଳିଆ ଆବର୍ଜନା ସଫେଇ ତଥା ପୋଖରୀ ପୁନରୁଦ୍ଧାର କରାଯାଇଥିଲା। ଶ୍ରମଦାନ କାର୍ଯ୍ୟରେ ସ୍ବେଚ୍ଛାସେବୀ ଭାବେ ଯୋଗଦେଇଥିବା ଶ୍ରମଜୀବୀଙ୍କୁ ଏକତା ପରିଷଦ, ପ୍ରୟୋଗ ସମାଜସେବା ସଂସ୍ଥା, ଜର୍ମାନ କୋପରେସନ ଓ ଦିଲ୍ଲୀର ଓ୍ବେଲଥ୍ ହଙ୍ଗର ପକ୍ଷରୁ ପ୍ରୋତ୍ସାହନ ଦିଆଯାଇଥିଲା। କାର୍ଯ୍ୟରେ ଯୋଗ ଦେଇଥିବା ଶ୍ରମଜୀବୀକୁ ରାସନ ସାମଗ୍ରୀ ପ୍ରଦାନ କରାଯାଇଥିଲା। ଏକତା ପରିଷଦର ଜିଲ୍ଲା ସଂଯୋଜକ ଅକ୍ଷୟ କୁମାର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏକ ବୈଠକ ଆୟୋଜନ କରାଯାଇଥିଲା। ଖମଣ ସରପଞ୍ଚ ସୁଶାନ୍ତ କୁମାର ସାହୁ, ମଣିଚରଣ ପଣ୍ତା ଅତିଥି ଭାବେ ଯୋଗ ଦେଇଥିବା ବେଳେ ବଣ୍ଟନ କାର୍ଯ୍ୟକ୍ରମରେ ମହିଳା ସ୍ବେଚ୍ଛାସେବୀ ସୌଦାମିନୀ ସାହୁ, ସାମାଜିକ କର୍ମୀ ପ୍ରସନ୍ନ କୁମାର ସ୍ବାଇଁ, କ୍ଷୀରୋଦ କୁମାର ସାହୁ, ଯଶୋଶ୍ରୀ ସାହୁ, ପ୍ରତିମା ବାରିକ, ମୀନା ମଲିକ, ସବିତା ପରିଡ଼ା, ସତ୍ୟଭାମା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
କୋରେଇ : ଶ୍ରମଦାନ ଶିବିରରେ ରାସନ ସାମଗ୍ରୀ ବଣ୍ଟନ
Advertisment
Follow Us