ପୁରୁଷ ହକି ବିଶ୍ବକପ୍‌କୁ ଜନାଦୃତ କରିବାକୁ ଜିଲ୍ଲା ପ୍ରଶାସନର ପ୍ରୟାସ

ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ବାରା ଧାନ ଚୋପାରେ ନିର୍ମିତ ହକି ବିଶ୍ବକପ ପ୍ରଦର୍ଶିତ, ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲ୍ଡ ରେକର୍ଡ ପାଇଁ ପଠାଯିବ

ପୁରୁଷ ହକି ବିଶ୍ବକପ୍‌କୁ ଜନାଦୃତ କରିବାକୁ ଜିଲ୍ଲା ପ୍ରଶାସନର ପ୍ରୟାସ

ସୋନପୁର : ଓଡ଼ିଶାରେ ପୁରୁଷ ହକି ବିଶ୍ବକପ୍ ମହାକୁମ୍ଭ ଆସନ୍ତା ଶୁକ୍ରବାର ଆରମ୍ଭ ହେବ। ଏଥିପାଇଁ ସମଗ୍ର ରାଜ୍ୟରେ ବ୍ୟାପକ ପ୍ରସ୍ତୁତି ସରିଛି। ହକି ଖେଳକୁ ଜନାଦୃତ କରିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ଏହି ଅବସରରେ ଗୁରୁବାର ସନ୍ଧ୍ୟାରେ ସ୍ଥାନୀୟ ରାମେଶ୍ବର ଷ୍ଟାଡିଅମ୍‌ ପରିସରରେ ଥିବା ଇଣ୍ଡୋର ହଲ୍‌ରେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ବାରା ଧାନ ଚୋପାରେ ନିର୍ମିତ ୪୬୮୨ ବର୍ଗଫୁଟ୍‌ର ହକି ବିଶ୍ବକପ୍‌ ଟ୍ରଫିକୁ ପ୍ରଦର୍ଶିତ କରାଯାଇଛି। ଯାହାର ଲମ୍ବ ୩୦ ମିଟର ଏବଂ ଓସାର ୧୪.୫ ମିଟର ରହିଛି। ୧୦୦ ବସ୍ତା ଧାନ ଚୋପାରେ ଏହା ନିର୍ମିତ ହୋଇଛି। ଉକ୍ତ ନିର୍ମିତ ହକି ବିଶ୍ବକପ୍‌ ଟ୍ରଫିର ଚୁତଃପାର୍ଶ୍ବ ସମ୍ବଲପୁରୀ ବାନ୍ଧକଳାରେ ସଜ୍ଜିତ କରାଯାଇଛି।

publive-image

ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏବଂ ତାଙ୍କର ୧୦ ଜଣ ସହଯୋଗୀଙ୍କ ଦ୍ବାରା ଏହା ୬ ଘଣ୍ଟାରେ ପ୍ରସ୍ତୁତି କରାଯାଇଥିଲା। ଏହି ଧାନ ଚୋପା ନିର୍ମିତ ହକି ବିଶ୍ବକପ ଟ୍ରଫିକୁ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡକୁ ପଠାଯିବ ବୋଲି ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ସୂଚନା ଦେଇଛନ୍ତି। ଏହି ଅବସରରେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା, ଜିଲ୍ଲାପାଳ ଶ୍ରୀମତୀ ନରୱଣେ, ଏସ୍‌ପି ଅମରେଶ ପଣ୍ଡା, ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଅଭିଲାଷ ପୁରୋହିତ ତଥା ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe