Advertisment

ଗଞ୍ଜାମରେ କରୋନା ପରିଚାଳନାରେ ଜିଲ୍ଲା ପ୍ରଶାସନ ଫେଲ୍‌: ବିଜେପି

Advertisment

ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ସାହାଯ୍ୟ ନିଅନ୍ତୁ

ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ସାହାଯ୍ୟ ନିଅନ୍ତୁ

କରୋନାର ହଟସ୍ପଟ୍‌ ଗଞ୍ଜାମ ଏବେ ନିୟନ୍ତ୍ରଣରେ, ତଥାପି ଭୟ ଟିଳିନି

ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ପଛରେ ପ୍ରଶାସନକୁ ଦାୟୀ କରିଛି ବିଜେପି। ଜିଲ୍ଲାରେ କରୋନା ପରିଚାଳନାରେ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ ବୋଲି ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ଆରୋପ ଲଗାଇବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ‌େଲଖିଛନ୍ତି। କରୋନା ସ୍ଥିତିକୁ ନିୟନ୍ତ୍ରଣ ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ସାହାଯ୍ୟ ନେବାକୁ ସେ ପ୍ରସ୍ତାବ ଦେଇଛନ୍ତି।

publive-image Bhrugu Buxipatra

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବକ୍ସିପାତ୍ର କହିଲେ ଯେ ନିଜେ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାରୁ ବାରମ୍ବାର ନିର୍ବାଚିତ ହେଉଥିବା ସତ୍ତ୍ବେ ସେହି ଜିଲ୍ଲାରେ ମୌଳିକ ସ୍ୱାସ୍ଥ୍ୟସେବା ଓ ଚିକିତ୍ସା କ୍ଷେତ୍ରରେ ଆନୁଷଙ୍ଗିକ ଭିତ୍ତିଭୂମିର ବିକାଶ ହୋଇ ନାହିଁ। ଫଳସ୍ୱରୂପ ବର୍ତମାନ କରୋନାର ସ୍ଥିତି ସାଂଘାତିକ ଆଡକୁ ଗତି କରିଛି। ପ୍ରବାସରେ ଥିବା ଗଞ୍ଜାମ ଜିଲ୍ଲାର ଶ୍ରମିକମାନେ ଯେବେ ଫେରିବା ଆରମ୍ଭ କଲେ ସେହି ସମୟରେ ଜିଲ୍ଲା ପ୍ରଶାସନିକ ଅଧିକାରୀମାନଙ୍କ ମଧ୍ୟରେ ସମନ୍ୱୟ ରହିଲା ନାହିଁ। ମୁଖ୍ୟମନ୍ତ୍ରୀଙ୍କ ଏଥିରେ ପ୍ରତ୍ୟକ୍ଷ ସଂପୃକ୍ତି ରହିଲା ନାହିଁ। ହାତଗଣତି କିଛି ଜିଲ୍ଲା ଅଧିକାରୀମାନଙ୍କ ଦ୍ୱାରା କରୋନା ମୁକାବିଲା‌େର ପ୍ରଶାସନ ବିଫଳ ହେଲା। ଏହାର ଫଳସ୍ୱରୂପ ଯେଉଁ ପରିସ୍ଥିତି ହେଲା ସେଥିରେ ପ୍ରତିଦିନ କରୋନା ଯୋଗୁ ଲୋକ ପୋକମାଛି ଭଳି ମୃତ୍ୟୁବରଣ କରୁଛନ୍ତି। ଜିଲ୍ଲା ପ୍ରଶାସନ ପ୍ରତିଦିନ ଭିନ୍ନ ଭିନ୍ନ ଅପରିପକ୍ୱ ନିୟମ ଏକଚାଟିଆ ଭାବରେ ତିଆରି କରୁଛନ୍ତି। ଏଥିରେ ଅନ୍ୟ କାହାରି ସଂପୃକ୍ତି ନ ଥିବା ଜଳଜଳ ହୋଇ ଦେଖାଯାଉଛି। କୌଣସି କଥାରେ ରାଜନୈତିକ, ସାମାଜିକ ସଂଗଠନ, ପ୍ରତିଷ୍ଠିତ ବ୍ୟକ୍ତିବିଶେଷ, ସାମ୍ବାଦିକଙ୍କୁ କରୋନା ନିୟନ୍ତ୍ରଣରେ ସହଭାଗିତା କରାଯାଇ ନାହିଁ। କୋଭିଡ୍‌ ପରିଚାଳନାରେ ମାତ୍ରାଧିକ ତ୍ରୁଟିର ବହୁ ପ୍ରମାଣ ରହିଛି। ଜିଲ୍ଲା ପ୍ରଶାସନର ସମ୍ବେଦନହୀନ କାର୍ଯ୍ୟ ବାରମ୍ବାର ପ୍ରମାଣିତ ହେଉଛି। ବିଗତ ୪ ମାସରେ ବିଜେପି ରାଜ୍ୟ ସରକାରଙ୍କୁ କରୋନା ମୁକାବିଲାରେ ସମ୍ପୂର୍ଣ୍ଣ ସହଯୋଗ କରି ଆସିଛି । ଅନୁରୂପ ଭାବରେ ଗଞ୍ଜାମ ଜିଲ୍ଲାରେ ବିଜେପିର ସମସ୍ତ ସ୍ତରର ନେତୃବର୍ଗ ଜିଲ୍ଲା ପ୍ରଶାସନକୁ ସହଯୋଗର ହାତ ବଢାଇ ଆସିଛନ୍ତି। କିନ୍ତୁ ଅବସ୍ଥାର ସୁଧାର ବଦଳରେ ବିଗିଡ଼ିବା ଲାଗିଛି ଏବଂ ଜିଲ୍ଲା ପ୍ରଶାସନର କାର୍ଯ୍ୟଶୈଳୀରେ କୌଣସି ପରିବର୍ତ୍ତନ ଦେଖାଯାଉ ନାହିଁ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ପରେ ଦିଲ୍ଲୀ ଓ ମହାରାଷ୍ଟ୍ର ଭଳି ମାତ୍ରାଧିକ ସଂକ୍ରମିତ ରାଜ୍ୟ ଆଜି ନିୟନ୍ତ୍ରଣ ହେବା ରାସ୍ତାରେ ଅଛନ୍ତି। ଏହା ଉକ୍ତ ରାଜ୍ୟଗୁଡ଼ିକର ମିଳିତ ପ୍ରୟାସରେ ସମ୍ଭବ ହୋଇପାରିଲା । ଗଞ୍ଜାମ ଜିଲ୍ଲା ଓଡ଼ିଶାର ଶ୍ରମ ଅର୍ଥନୀତିର ଏକ ବଡ଼ ପେଣ୍ଠସ୍ଥଳୀ ଏବଂ ଓଡିଶା ଅର୍ଥନୀତିର ମେରୁଦଣ୍ଡ । କିନ୍ତୁ କରୋନାର ନିୟନ୍ତ୍ରଣ ଓ ପରିଚାଳନା ତ୍ରୁଟି ଯୋଗୁଁ ଏଠାରେ ମାନବ ସମ୍ବଳ ଶକ୍ତିର ମୃତ୍ୟୁ ଘଟୁଛି। ଗଞ୍ଜାମର ଗଭୀର ଅଣାୟତ୍ତ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ସାହାଯ୍ୟ ଓ ହସ୍ତକ୍ଷେପ ଲୋଡିବା ପାଇଁ ଶ୍ରୀ ବକ୍ସିପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe