ଆପ୍‌ଖୋଲ ଜଳପ୍ରପାତ ପରିଦର୍ଶନ କଲେ ଜିଲ୍ଲାପାଳ

Advertisment
ଆପ୍‌ଖୋଲ ଜଳପ୍ରପାତ ପରିଦର୍ଶନ କଲେ ଜିଲ୍ଲାପାଳ

ଭଟଲି: ଜିଲ୍ଲାପାଳ ମୋନୀଷା ବାର୍ନାଜୀ ଭଟଲି ବ୍ଲକ୍‌ ମୁଲବାର ପଞ୍ଚାୟତ ଅନ୍ତର୍ଗତ ବାରପାହାଡ଼ ଜଙ୍ଗଲ ତଥା ଦେବ୍ରିଗଡ଼ ଅଭୟାରଣ୍ୟରେ ଥିବା ଆପଖୋଲ ଜଳପ୍ରପାତକୁ ପରିଦର୍ଶନରେ ଆସିଥିଲେ। ଘଞ୍ଚ ଜଙ୍ଗଲରେ ଥିବା ଏହି ମନୋରମ ଦର୍ଶନୀୟ ଜଳପ୍ରପାତରୁ ପାଣି ପଡୁଥିବା ସମୟରେ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ବଣଭୋଜି ପାଇଁ ଆସିଥାନ୍ତି।

ଏଠାକୁ ଯିବାପାଇଁ ରାସ୍ତାଘାଟର ସୁବିଧା ନାହିଁ। ଜିଲ୍ଲାପାଳ ନିଜେ ଚାଲି ଚାଲି ଆଜି ଏହି ସ୍ଥାନ ପରିଦର୍ଶନ କରିଥିଲେ। ଏହାର ପାରିପାର୍ଶ୍ବିକ ଉନ୍ନତି ଯଥା ଯାତାୟାତ ସୁବିଧା, ବିଶ୍ରାମଗୃହ, ପାଇଖାନା ତଥା ଅନ୍ୟାନ୍ୟ ଉନ୍ନତୀକରଣ ପାଇଁ ଜିଲ୍ଲାପାଳ ସ୍ବତନ୍ତ୍ର ରୂପରେଖ ପ୍ରସ୍ତୁତ କରିବା ଲାଗି ବିଡିଓ ଧୀରେନ୍ଦ୍ର ସେଠୀଙ୍କୁ ନିର୍ଦେଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଆଦିତ୍ୟ ଗୋୟଲ, ଅତିରିକ୍ତ ସହକାରୀ ଯନ୍ତ୍ରୀ ନରେଶ ଅଗ୍ରୱାଲ, କନିଷ୍ଠ ଯନ୍ତ୍ରୀ ବସନ୍ତ ବେହେରା, ଓଡ଼ିଶା ଜୀବିକା ମିଶନର ଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳକ ଶରତ ନାଏକ, ଅଭୟାରଣ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe