ନୂଆପଡ଼ା: ନୂଆପଡ଼ା ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଆରମ୍ଭ ହୋଇଛି। ଜିଲ୍ଲାପାଳ ସ୍ବଧାଦେବ ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ ଉପଜିଲ୍ଲପାଳ ତରଣୀସେନ ନାଏକ, ଏଏସ୍ପି ସୁନିଲ ଆଚାର୍ଯ୍ୟ, ଡିଆରଡିଏ ପିଡି ମଧୁଛନ୍ଦା ସାହୁ, ଡିଏମ୍ଓ ଡା. ଚୌଧରୀ ଶୋଭାରାଣୀ ମିଶ୍ର ତଥା ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଆଜି ୩୨ଟି ଆଭିଯୋଗ ହୋଇଥିବା ବେଳେ ସେଥିମଧ୍ୟରୁ ୨୮ଟି ବ୍ୟକ୍ତିଗତ ରହିଥିଲା। ଜିଲ୍ଲାର ନୂଆପଡ଼ା, କୋମନା, ଖଡ଼ିଆଳ, ବୋଡ଼େନ, ସିନାପାଲି ବ୍ଲକ୍ର ବହୁ ଲୋକ ସେମାନଙ୍କ ସମସ୍ୟାକୁ ଲିଖିତ ଭାବରେ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି।
ଜିଲ୍ଲାପାଳ ଅଭିଯୋଗ ପାଇ ସଂପୃକ୍ତ ବିଭାଗର ଅଧିକାରୀଙ୍କୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଥାଉକି ଗତ ଦୁଇ ବର୍ଷ ହେଲା କରୋନା ଯୋଗୁଁ ଅଭିଯୋଗ ଶୁଣାଣି ବନ୍ଦ ରହିଥିଲା। ଆସନ୍ତା ସୋମବାର ଜିଲ୍ଲାର ଅନ୍ୟ ଏକ ବ୍ଲକରେ ଅଭିଯୋଗ ଶୁଣାଣି ଶିବିର କରାଯିବ ବୋଲି ଜିଲ୍ଲାପାଳ ସ୍ବଧାଦେବ ସିଂ ସୂଚନା ଦେଇଛନ୍ତି।
Follow Us