କୋମନାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର

Advertisment
କୋମନାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର

କୋମନା: ନୂଆପଡ଼ା ଜିଲ୍ଲା କୋମନା ବ୍ଳକ୍‌ କାର୍ଯ୍ୟାଳୟରେ ନୂଆପଡ଼ା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ନୂଆପଡ଼ା ଅତିରିକ୍ତ ଜିଲ୍ଲାପାଳ ଅଗସ୍ତି ପଧାନ, ନୂଆପଡ଼ା ଏସ୍‌ପି ଜି.ଆର୍‌. ରାଘବେନ୍ଦ୍ର, ପିଡି ମଧୁଛନ୍ଦା ସାହୁ, ସିଡିଏମ୍‌ଓ ଶୋଭାରାଣୀ ମିଶ୍ର, କୋମନା ବ୍ଲକ୍‌ ଅଧ୍ୟକ୍ଷା ଅନସୂୟା କୁମ୍ଭାର ଯୋଗ ଦେଇଥିଲେ। ଶିବିରରେ ୭୬ ଜଣ ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ ଅଗସ୍ତି ପଧାନ ତଦନ୍ତ କରି ସମାଧାନ କରିବାକୁ ବିଭାଗୀୟ ପଦାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ କୋମନା ବିଡିଓ ସୁଶାନ୍ତ ରଣା, ତହସିଲଦାର ରବିନ୍ଦ୍ର ରାଉତଙ୍କ ସମେତ ବ୍ଲକ୍‌ସ୍ତରୀୟ ପଦାଧିକାରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ତ୍ରିଭୂବନ ଖମାରୀ, ଦିଲୀପ ମାଝୀ, ସୁମନ୍ତ ଭୋଇ, ମୋହିତ ଚଲାନଙ୍କ ସମେତ ବ୍ଲକ୍‌ର କର୍ମଚାରୀ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe