Deccan Herald
ଭୁବନେଶ୍ୱର : ଅଖିଳ ଭାରତ ଜାତୀୟ କଂଗ୍ରେସ ଦ୍ୱାରା ରାଜସ୍ଥାନର ଉଦୟପୁର ଠାରେ ଆୟୋଜିତ ନବସଂକଳ୍ପ ଶିବିରର ନିଷ୍ପତି ଅନୁସାରେ ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ନବସଂକଳ୍ପ ଶିବିର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ବର ଜିଲ୍ଲା ସଭାପତି ବିଶ୍ବଜିତ ଦାଶଙ୍କ ସଭାପତିତ୍ବରେ ହୋଇଥିବା ଏହି ଚିନ୍ତନ ଶିବିରରେ ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଜୟଦେବ ଜେନା, ବିଧାୟକ ସନ୍ତୋଷ ସିଂହ ସାଲୁଜା, ରାଜ୍ୟ କଂଗ୍ରେସ ଉପସଭାପତି ଶିବାନନ୍ଦ ରାୟ, ମନୋରଞ୍ଜନ ଦାଶ, ଶୁଭେନ୍ଦୁ ମହାନ୍ତି, ଚିନ୍ମୟ ସୁନ୍ଦର ଦାସ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଗୀତାଞ୍ଜଳି ମହାନ୍ତି, ଜିଲ୍ଲା କଂଗ୍ରେସର ସମସ୍ତ ବ୍ଲକ ସଭାପତି, ଜିଲ୍ଲା ଉପସଭାପତି, ସାଧାରଣ ସମ୍ପାଦକ, ସମ୍ପାଦକ, ଭୁବନେଶ୍ୱର ଜିଲ୍ଲା ମହିଳା ସଭାନେତ୍ରୀ ଏବଂ ଜିଲ୍ଲା ମହିଳା କଂଗ୍ରେସ ନେତ୍ରୀ, ଜିଲ୍ଲା କଂଗ୍ରେସର ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଓ ଗତ ମହାନଗର ନିଗମ ନିର୍ବାଚନରେ ବିଭିନ୍ନ ୱାର୍ଡରେ ପ୍ରାର୍ଥୀ ଓ ପ୍ରାର୍ଥିନୀ ହୋଇଥିବା ସମସ୍ତ ସଦସ୍ୟ, ଜିଲ୍ଲା, ବିଭିନ୍ନ ପ୍ରକୋଷ୍ଠ ଓ ବିଭାଗର କର୍ମକର୍ତ୍ତା ଏବଂ ଛାତ୍ର ଓ ଯୁବ ନେତୃବୃନ୍ଦ ଯୋଗଦେଇ ନବସଂକଳ୍ପ ଶିବିରର ନିଷ୍ପତ୍ତିକୁ ପାରିତ କରିଥିଲେ।
ଉଦୟପୁର ନବସଂକଳ୍ପ ବୈଠକର ନିଷ୍ପତ୍ତି ଅନୁଯାୟୀ ୬ଟି କମିଟି ଗଠନ ହୋଇଥିଲା । ଯଥା ରାଜନୈତିକ ବ୍ୟାପାର, ସାମାଜିକ ନ୍ୟାୟ ଓ ସଶକ୍ତୀକରଣ, ଅର୍ଥନୈତିକ ବ୍ୟାପାର, ସଂଗଠନ, କୃଷି ଓ କୃଷି ଶ୍ରମିକ କ୍ଷେତ୍ର, ଯୁବ ସଶକ୍ତୀକରଣ କମିଟି ଗଠନ କରାଯାଇଥିଲା। ଏହି କମିଟିର ଅଧ୍ୟକ୍ଷ ଯଥାକ୍ରମେ ମନୋରଞ୍ଜନ ଦାଶ, ଲିପ୍ସା ମହାନ୍ତି, ରଜନୀ କୁମାର ମହାନ୍ତି, ଅଶୋକ କୁମାର ଦାସ, ବେଣୁଧର ପାତ୍ର, ଇତିଶ୍ରୀ ମଲ୍ଲିକ ରହିଛନ୍ତି। ବିଭିନ୍ନ ନେତୃବର୍ଗଙ୍କ ସହିତ ଆଲୋଚନା ପରେ ଏହି ସମସ୍ତ କମିଟି ରିପୋର୍ଟ ପ୍ରଦାନ କରିଥିଲେ। ଅଶୋକ ଦାସ ଧନ୍ୟବାଦ ଦେଇଥିଲେ।
Follow Us