ରାହୁଲଙ୍କୁ ଜେଲ୍‌ଦଣ୍ଡ ବିରୋଧରେ ଜିଲ୍ଲା କଂଗ୍ରେସର ପ୍ରତିବାଦ ସଭା‌

Advertisment
ରାହୁଲଙ୍କୁ ଜେଲ୍‌ଦଣ୍ଡ ବିରୋଧରେ ଜିଲ୍ଲା କଂଗ୍ରେସର ପ୍ରତିବାଦ ସଭା‌

ଜୟପୁର: ୨୦୧୯ ମସିହାର  ଏକ ମାନହାନୀ ମକଦ୍ଦମାରେ ସୁରତ କୋର୍ଟରେ  ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷର ଜେଲ ଦଣ୍ଡ ପାଇବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସାଂସଦ ପଦ ରଦ୍ଦ ହୋଇଯାଇଛି । ଏହି ଅନ୍ୟାୟ ବିରୋଧରେ ଜିଲ୍ଲା କଂଗ୍ରେସ ସଭାପତି ମୀନାକ୍ଷୀ ରାଣୀ ବାହିନୀପତିଙ୍କ ନେତୃତ୍ବରେ କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା। କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଦେଶର ଗଣତନ୍ତ୍ର ଆଜି ବିପନ୍ନ। କେନ୍ଦ୍ରର ମୋଦୀ ସରକାର ବ୍ୟକ୍ତିର ବାକ୍‌ ସ୍ବାଧୀନତା ଉପରେ ସଂପୂର୍ଣ୍ଣଭାବେ ରୋକ ଲଗାଇବା ପାଇଁ କାର୍ଯ୍ୟ କରୁଛନ୍ତି।

ଏକଛାତ୍ରବାଦ ଶାସନ ବ୍ୟବସ୍ଥାକୁ ଆପଣାଇବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଓ ତାଙ୍କ ସରକାର ଚେଷ୍ଟା ଚଳାଇଛନ୍ତି। ସତ୍ୟ ଓ ଅହିଂସାର ମାର୍ଗ ରାହୁଲ ଗାନ୍ଧୀଙ୍କର ମାର୍ଗ। ଦେଶକୁ ସ୍ବାର୍ଥକୁ ରକ୍ଷା କରିବା ଓ ଦେଶର ଜନସାଧାରଣଙ୍କ ସ୍ବାର୍ଥ ରକ୍ଷା କରିବା ପାଇଁ ପ୍ରତ୍ୟେକ ସ୍ତରରେ ରାହୁଲ ଓ କଂଗ୍ରେସ ଦଳ ଲଢ଼େଇ ଜାରି ରଖିବ ବୋଲି ଶ୍ରୀମତି ବାହିନୀପତି କହିଥିଲେ। ଏଥିରେ ନଗର ସଭାପତି ତଥା ପୌର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, ବରିଷ୍ଠ ନେତା ବୁଲୁ ସାହୁ, ମହିଳା ମୋର୍ଚ୍ଚା ସଭାନେତ୍ରୀ ନଳିନୀ ରଥଙ୍କସହ ଶତାଧିକ କଂଗ୍ରେସ କର୍ମୀ ଭାଗ ନେଇଥିଲେ। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସଂସଦରେ ସଭ୍ୟ ପଦ ରଦ୍ଦ କରିବା ପ୍ରମାଣିତ କରିଛି ଯେ ଏହା ପଛରେ ରହିଛି ଏକ ସୁଚିନ୍ତିତ ଷଡ଼ଯନ୍ତ୍ର । ରାହୁଲ ଗାନ୍ଧି ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି। ଏହା ଆଉ ମଧ୍ୟ ପ୍ରମାଣିତ ହୋଇଛି ଯାହା ଆମେ ଆଗରୁ କହୁଥିଲୁ, ଗଣତନ୍ତ୍ର ଧ୍ଵଂସ ହୋଇଛି। ଭାରତବର୍ଷରେ ଗଣତନ୍ତ୍ର ବୋଲି କିଛି ନାହିଁ। ସବୁ ପରମ୍ପରାକୁ ପଛରେ ପକେଇ, ଗଣତାନ୍ତ୍ରିକ ପରମ୍ପରାକୁ ଆଖିରେ ନ ରଖି ତରବାରିଆ ଭାବେ ସଭ୍ୟ ପଦ ରଦ୍ଦ କରାଯାଇଛି  ବୋଲି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe