ସୁପ୍ରିମକୋର୍ଟରେ ପକ୍ଷ ରଖିବେ ସେବାୟତ! : ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ଆସିବେ ଜିଲ୍ଲା ଜଜ୍‌

Advertisment
ସୁପ୍ରିମକୋର୍ଟରେ ପକ୍ଷ ରଖିବେ ସେବାୟତ! : ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ଆସିବେ ଜିଲ୍ଲା ଜଜ୍‌

ପୁରୀ : ଆଜି ପଶ୍ଚିମଦ୍ଵାରସ୍ଥିତ ନେପାଳ ଭବନରେ ଶ୍ରୀମନ୍ଦିର ସେବା ସହିତ ସଂପର୍କ ଥିବା କିଛି ନିଯୋଗର ପ୍ରତିନିଧିଙ୍କର ଏକ ଗରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକର ବିଭିନ୍ନ ନିଯୋଗର କିଛି ମୁଖ୍ୟ ମୁଖ୍ୟ ପ୍ରତିନିଧିଙ୍କୁ ଡକାଯାଇଥିଲା। ମାନ୍ୟବର ସୁପ୍ରିମକୋର୍ଟ ଦେଇଥିବା ନିଷ୍ପତ୍ତି ସଂପର୍କରେ ଆଲୋଚନା ଏହି ବୈଠକରେ ଆଲୋଚନା କରାଯାଇଥିଲା। ତେବେ ଏହି ଗୁପ୍ତ ବୈଠକରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ତର୍ଜମା କରାଯାଇଥିଲା। ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ସେବାୟତ, ନିଯୋଗ ତାଙ୍କର ପକ୍ଷ ରଖିବେ ବୋଲି ଆଲୋଚନା ହୋଇଥିଲା। ଆସନ୍ତାକାଲି ଛତିଶା ନିଯୋଗ ବୈଠକରେ ଏ ସଂପର୍କରେ ଆଲୋଚନା କରାଯିବ ବୋଲି ଜଣାପଡିଛି। ଅନ୍ୟପକ୍ଷରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଆସନ୍ତାକାଲ ପୁରୀ ଜିଲ୍ଲା ଅମ୍ବୁଜ ମୋହନ ଦାସ ଶ୍ରୀମନ୍ଦିର ଓ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚି ସ୍ଥିତି ଅନୁଧ୍ୟାନ ଆଲୋଚନା କରିବେବୋଲି ଜଣାପଡିଛି। ତେବେ ଆସନ୍ତାକାଲିର ଛତିଶାନିଯୋଗ ବୈଠକରେ ସୁପ୍ରମକୋର୍ଟଙ୍କ ରାୟକୁ ନେଇ ଆଲୋଚନା କରାଯିବ ବୋଲି ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe