ତୁଷୁରା ଜେଏମ୍‌ଏଫ୍‌ସି କୋର୍ଟ କୋଠା ନିର୍ମାଣ କାମ ତଦାରଖ କଲେ ଜିଲ୍ଲା ଜଜ୍‌

Advertisment

୧୫ ଏପ୍ରିଲ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ

୧୫ ଏପ୍ରିଲ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ

ତୁଷୁରା ଜେଏମ୍‌ଏଫ୍‌ସି କୋର୍ଟ କୋଠା ନିର୍ମାଣ କାମ ତଦାରଖ କଲେ ଜିଲ୍ଲା ଜଜ୍‌

ତୁଷୁରା: ତୁଷୁରାରେ ପ୍ରସ୍ତାବିତ ଜେଏମ୍‌ଏଫ୍‌ସି କୋର୍ଟ କୋଠା ନିର୍ମାଣ କାମ ଏପ୍ରିଲ ୧୫ ତାରିଖ ସୁଦ୍ଧା ସାରିବାକୁ ବଲାଙ୍ଗୀର ଜିଲ୍ଲା ଜଜ୍‌ ଲଲାଟେନ୍ଦୁ ଜେନା ଶନିବାର ତୁଷୁରା ତଦାରଖରେ ଆସି ନିବାର୍ହୀ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ନିର୍ମାଣାଧୀନ କୋର୍ଟରୁମ୍‌ ସହ ଅନୁଷଙ୍ଗିକ ବ୍ୟବସ୍ଥା ତଦାରଖ କରିଥିଲେ।

ବାଳକ ହାଇସ୍କୁଳ ଖେଳପଡ଼ିଆ ପରିସରରେ ନୂତନ ଅସ୍ଥାୟୀ କୋର୍ଟ କୋଠା ନିର୍ମାଣ କାର୍ଯ୍ୟ ଚାଲିଛି। ମଝିରେ କିଛି ସମସ୍ୟା ପାଇଁ କାମ ଧିମେଇ ଯାଇଥିଲା। ଏହି ତଦାରଖ ସମୟରେ ତୁଷୁରା ଏନ୍‌ଏସି ନିବାର୍ହୀ ଅଧିକାରୀ ଲକ୍ଷ୍ମଣ ମୁର୍ମୁ, ଏନ୍‌ଏସି ଅଧ୍ୟକ୍ଷ ଅଜୟ ଜୟଶ୍ବାଲ, ତୁଷୁରା ବାର୍‌ ଏସୋସିଏସନ ସଭାପତି ଆର୍ତ୍ତତ୍ରାଣ ପୁରୋହିତ, ସୁମିତ ମିଶ୍ର, ବୈଷ୍ଣବ ସାହୁ, ଏନ୍‌ଏସି ଯନ୍ତ୍ରୀ ସନ୍ତୋଷ ବେହେରା, ରାଜସ୍ବ ନିରୀକ୍ଷକ ନବୀନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe