ଜିଲ୍ଲା କଳାହାଣ୍ଡି, ଭରସା ନବରଙ୍ଗପୁର: ଚାଉଳ ପାଇଁ ୧୫କିମି ଯାତ୍ରା

Advertisment

ଘର କଳାହାଣ୍ଡି ଜିଲ୍ଲ। କିନ୍ତୁ ନବରଙ୍ଗପୁର ଜିଲ୍ଲା ଉପରେ ଜୀବନ ଜୀବିକା ପାଇଁ ସଂପୂର୍ଣ୍ଣ ନିର୍ଭରଶୀଳ। ଏମିତି କଷ୍ଟକର ଜୀବନ ବିତାଉଛନ୍ତି ଦାବିରିଘାଟି ଗ୍ରାମବାସୀ। ଶିକ୍ଷା, ସ୍ବାସ୍ଥ୍ୟ ସହ ଅନ୍ୟ ମୌଳିକ ସୁବିଧା ପାଇବା ପାଇଁ ନବରଙ୍ଗପୁର ଜିଲ୍ଲାକୁ ଆସୁଛନ୍ତି।

ଘର କଳାହାଣ୍ଡି ଜିଲ୍ଲ। କିନ୍ତୁ ନବରଙ୍ଗପୁର ଜିଲ୍ଲା ଉପରେ ଜୀବନ ଜୀବିକା ପାଇଁ ସଂପୂର୍ଣ୍ଣ ନିର୍ଭରଶୀଳ। ଏମିତି କଷ୍ଟକର ଜୀବନ ବିତାଉଛନ୍ତି ଦାବିରିଘାଟି ଗ୍ରାମବାସୀ। ଶିକ୍ଷା, ସ୍ବାସ୍ଥ୍ୟ ସହ ଅନ୍ୟ ମୌଳିକ ସୁବିଧା ପାଇବା ପାଇଁ ନବରଙ୍ଗପୁର ଜିଲ୍ଲାକୁ ଆସୁଛନ୍ତି।

dgdgdgdg

ମୈଦଲପୁର: ଘର କଳାହାଣ୍ଡି ଜିଲ୍ଲ। କିନ୍ତୁ ନବରଙ୍ଗପୁର ଜିଲ୍ଲା ଉପରେ ଜୀବନ ଜୀବିକା ପାଇଁ ସଂପୂର୍ଣ୍ଣ ନିର୍ଭରଶୀଳ। ଏମିତି କଷ୍ଟକର ଜୀବନ ବିତାଉଛନ୍ତି ଦାବିରିଘାଟି ଗ୍ରାମବାସୀ। ଶିକ୍ଷା, ସ୍ବାସ୍ଥ୍ୟ ସହ ଅନ୍ୟ ମୌଳିକ ସୁବିଧା ପାଇବା ପାଇଁ ନବରଙ୍ଗପୁର ଜିଲ୍ଲାକୁ ଆସୁଛନ୍ତି। କେବଳ ଚାଉଳ ନିଜ ଜିଲ୍ଲାରୁ ପାଉଛନ୍ତି। ଏଥିପାଇଁ ବି ୧୫କିମି ଅତିକ୍ରମ କରିବାକୁ ପଡ଼ୁଛି। ଭୌଗୋଳିକ ସ୍ଥିତି ଯୋଗୁଁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ନିକଟରେ ଗ୍ରାମବାସୀଙ୍କ ସ୍ବର ପହଞ୍ଚି ପାରୁନି।

ପ୍ରାୟ ୪୦ ପରିବାର କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅମଲାଭଟ୍ଟା ପଞ୍ଚାୟତ ଅନ୍ତର୍ଗତ ଦାବିରିଘାଟି ଗାଁରେ ବସବାସ କରୁଛନ୍ତି। ଗାଁ ଠାରୁ ପଞ୍ଚାୟତ କାର୍ଯ୍ୟାଳୟର ଦୂରତା ୧୫କିମି। ଗମନାଗମନ ନିମନ୍ତେ ପକ୍କା ରାସ୍ତା ନିର୍ମାଣ ହୋଇପାରିନି। ନବରଙ୍ଗପୁର ଜିଲ୍ଲା ସୀମାକୁ ଲାଗି ରହିଥିବାରୁ ୫ରୁ ୮କିମି ଦୂରରେ ସମସ୍ତ ସେବା ଏବଂ ସୁବିଧା ମିଳିଯାଉଛି। ଏହି କାରଣରୁ ନବରଙ୍ଗପୁର ଜିଲ୍ଲାର ଗାଦବାକୋତ୍ରା ବିଦ୍ୟାଳୟ ଓ ବିଭିନ୍ନ ଆଶ୍ରମ ବିଦ୍ୟାଳୟରେ ଗାଁର ପିଲା ନାଁ ଲେଖାଇଛନ୍ତି। ସେହିପରି ୮କିଲୋମିଟର ଦୂର ମଇଦଲପୁର ଡାକ୍ତରଖାନାକୁ ଚିକିତ୍ସା ତଥା ପ୍ରସବ ନିମନ୍ତେ ଆସୁଛନ୍ତି। ଅଙ୍ଗନବାଡ଼ି କେନ୍ଦ୍ର ନଥିବାରୁ ପିଲା ପ୍ରାକ୍‌ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି। ପାନୀୟ ଜଳ ସୁବିଧା ଏଯାଏଁ ହୋଇପାରିଲା ନାହିଁ। ଗାଁରେ ବିଦ୍ୟୁତ୍‌ ସଂଯୋଗ ନାହିଁ।

ଅନେକ ବୃଦ୍ଧବୃଦ୍ଧା ଭତ୍ତାରୁ ବଞ୍ଚିତ। ପ୍ରଶାସନିକ ଅଧିକାରୀଙ୍କ ପାଦ କେବେ ପଡ଼ିନଥିବାରୁ କାହାକୁ ନିଜ ଆପତ୍ତି କିମ୍ବା ଅଭିଯୋଗ ଜଣାଇବୁ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ଗତବର୍ଷ ଜୁଲାଇ ମାସରେ ଗାଁରେ ଝାଡ଼ାବାନ୍ତି ବ୍ୟାପିଥିଲା। ସମସ୍ତ ଆକ୍ରାନ୍ତ ନବରଙ୍ଗପୁର ଜିଲ୍ଲାରେ ଚିକିତ୍ସିତ ହୋଇଥିଲେ। କେବଳ ଏହି ଗୋଟିଏ ଗାଁର ଲୋକ ନୁହନ୍ତି ଆଖପାଖରେ ରହିଥିବା ଅନ୍ୟ ଦୁଇଟି ଗାଁର ବି ସମଦଶା। ଯଦି ମୌଳିକ ସୁବିଧା ଯୋଗାଇ ଦେବାର ନଥିଲା ତେବେ କଳାହାଣ୍ଡି ଜିଲ୍ଲାରେ କାହିଁକି ଅନ୍ତର୍ଭୁକ୍ତ କରାଯାଇଛି। ବରଂ ନବରଙ୍ଗପୁର ଜିଲ୍ଲାରେ ସାମିଲ କଲେ ମୌଳିକ ସୁବିଧା ତୁରନ୍ତ ପହଞ୍ଚିଯିବ ବୋଲି ଗ୍ରାମବାସୀ ଯୁକ୍ତି ବାଢ଼ିଛନ୍ତି। ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ସମସ୍ୟାର ସମାଧାନ କରିବାକୁ ଗାଁର ମୋତି ସିଂ, ତ୍ରିନାଥ ହରିଜନ, ସୋନାମାଲ ମାଝୀ, ଯୋଗର ମାଝୀ, ମହେନ୍ଦ୍ର ଦଳପତି, ଗୁରୁବାରୁ ମାଝୀ, ଘାସି ମାଝୀ, ଘାସି ଦଳପତି, ସୁରେଶ ନିଆଲ, ସୁକୁମାଲ ମାଝୀ, ଜୁକୁ ମାଝୀ, ବିଲାଶୁ ଦଳପତି, ସୁଜାଇଦେଈ ମାଝୀ, ସୂର୍ଯ୍ୟକାନ୍ତି ମାଝୀ, ମଙ୍ଗାଇ ମାଝୀ ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe