ଚାଷୀ ସମସ୍ୟା ସମାଧାନ ନେଇ ଜିଲ୍ଲା କିଷାନ କଂଗ୍ରେସ ପକ୍ଷରୁ ଦାବିପତ୍ର ପ୍ରଦାନ

Advertisment
ଚାଷୀ ସମସ୍ୟା ସମାଧାନ ନେଇ ଜିଲ୍ଲା କିଷାନ କଂଗ୍ରେସ ପକ୍ଷରୁ ଦାବିପତ୍ର ପ୍ରଦାନ

ସୋନପୁର : ଚାଷୀ ସମସ୍ୟା ସମାଧାନ ପାଇଁ ଜିଲ୍ଲା କିଷାନ କଂଗ୍ରେସ ପକ୍ଷରୁ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ଦାବିପତ୍ର ଗ୍ରହଣ କରିଥିଲେ। ଚଳିତ ବର୍ଷ ରବିଧାନ କିଣାରେ ବ୍ୟାପକ ଅବବସ୍ଥା ଦେଖା ଦେଇଥିବା ନେଇ ଦଳ ଅଭିଯୋଗ କରିଛି।

ତେଣୁ ଚାଷୀଙ୍କ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ଟୋକନ ଇସ୍ୟୁର ଅବଧି ୧୫ ଦିନ ପରିବର୍ତ୍ତେ ପୂର୍ବ ପରି ଏକମାସ ପର୍ଯ୍ୟନ୍ତ ବଳବତ୍ତର ରଖିବା, ସ୍ବଳ୍ପ ସମୟ ମଧ୍ୟରେ ଅବଧି ପୁରି ଯିବାରୁ ଲାପ୍ସ ହୋଇଥିବା ଟୋକନଗୁଡ଼ିକୁ ପୁନଃକାର୍ଯ୍ୟକ୍ଷମ କରି ଧାନ ବିକ୍ରିରୁ ବଞ୍ଚିତ ହୋଇଥିବା ଚାଷୀଙ୍କଠାରୁ ସମସ୍ତ ଧାନ କ୍ରୟ କରିବା, ଧାନ କିଣାରେ ଭୁବନେଶ୍ବରରୁ ନିୟନ୍ତ୍ରିତ ବ୍ୟବସ୍ଥା ପରିବର୍ତ୍ତନ କରାଯାଇ ଜିଲ୍ଲାସ୍ତରରେ ଏହି କ୍ଷମତାର ବିକେନ୍ଦ୍ରୀକରଣ କରିବା ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ ଆକଳନ ମୁତାବକ ଧାନ କ୍ରୟ ପାଇଁ ମଣ୍ଡିକୁ ଟାର୍ଗେଟ ଦେବା, ଧାନ ସଂଗ୍ରହ ବେଳେ ଅଖା ଓ ପରିବହନ ପ୍ରଭୃତି ଖର୍ଚ୍ଚ ଚାଷୀଙ୍କୁ ସିଧାସଳଖ ପ୍ରଦାନ କରିବା, ପ୍ରାକ୍‌ ମୌସୁମୀ ବର୍ଷା ୧୦ ତାରିଖ ପୂର୍ବରୁ ହୋଇଥିବାରୁ ଅନେକ ଚାଷୀଙ୍କର ଧାନ ଅମଳ ସମୟରେ ଭିଜି ଯାଇ କ୍ଷତି ଘଟାଇଛି। ତେଣୁ କ୍ଷୟକ୍ଷତିର ଆକଳନ କରାଯାଇ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରିବା, ପ୍ରତ୍ୟେକ ଦରଦାମ ବୃଦ୍ଧି ହେତୁ ଚାଷୀଙ୍କ ପାଇଁ ସ୍ଥିର ହୋଇଥିବା ଧାନର ଏମ୍‌ଏସ୍‌ପି ୧୯୪୦ ଟଙ୍କା ସହ ୫ଶହ ଟଙ୍କା ବୋନସ ରାଜ୍ୟ ସରକାର ପ୍ରଦାନ କରିବା ଆଦି ଦଳ ପକ୍ଷରୁ ଦାବି କରାଯାଇଛି।

ଜିଲ୍ଲା କିଷାନ କଂଗ୍ରେସ ସଭାପତି ନରେନ୍ଦ୍ର ପଣ୍ଡା ନେତୃତ୍ବରେ ଜିଲ୍ଲା କଂଗ୍ରେସ ସଭାପତି ଗୌରୀଶ୍ୟାମ ପଣ୍ଡା, ଲିଗାଲ ସେଲ ସଭାପତି ସୁଧୀର ପଣ୍ଡା, ପ୍ରଦୀପ ସେଠୀ, ବିନିକା ବ୍ଲକ୍‌ କଂଗ୍ରେସ ସଭାପତି ରବିନ୍ଦ୍ର ହୋତା, ରାଜେନ୍ଦ୍ର ପ୍ରସାଦ ମେହେର, ମହମ୍ମଦ ଇମ୍ରାନ, ନରେନ୍ଦ୍ର ସାହୁ, ସୂର୍ଯ୍ୟକାନ୍ତି ବାଘ, ବରୁଣ ସୁନା, ବାସୁଦେବ ସାହୁ, ଲଛମନ ସୁନା, ରୁଦ୍ରନାରାୟଣ ସାହୁ ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe