District Labour Department rescues 2 child labourers, rescues them from unearned income Photograph: (sambad.in)
ବୈଶିଙ୍ଗା: ବୈଶିଙ୍ଗା ଥାନା ଅନ୍ତର୍ଗତ ବୈଶିଙ୍ଗା ବଜାର ସମେତ ଆଖପାଖ ବିଭିନ୍ନ ଗ୍ୟାରେଜ, ଜଳଖିଆ ଦୋକାନ ଓ ହୋଟେଲରେ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଶନିବାର ଚଢ଼ଉ କରାଯାଇ ୨ଜଣଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରାଯାଇଥିବା କହିଛନ୍ତି ଜିଲ୍ଲା ସହକାରୀ ଶ୍ରମ ଅଧିକାରୀ ପାନମଣି ସୋରେନ ।
ବୈଶିଙ୍ଗା ବଜାର ସ୍ଥିତ ସାହୁ ଫାଷ୍ଟ ଫୁଡରୁ ହିଁ ୨ଜଣଙ୍କୁ ଉଦ୍ଧାର କରାଯାଇଥିବା କହିଛନ୍ତି ସୁଶ୍ରୀ ସୋରେନ । ଜିଲ୍ଲା ଶ୍ରମ ଅଧିକାରୀଙ୍କ ନିର୍ଦ୍ଦେଶରେ ଏହି ଚଢ଼ଉରେ ଯଶିପୁରର ସହକାରୀ ଶ୍ରମ ଅଧିକାରୀ ସୌମିତ ମହାନ୍ତ ଓ ବିଏଡିସି (ବସ୍ତି ଏରିଆ ଡେଭଲପମେଣ୍ଟ କାଉନସିଲ) ଏନଜିଓ।ର ଏକାଧିକ ମହିଳା କର୍ମଚାରୀ ଏଥିରେ ଭାଗ ନେଇଥିଲେ।
ତେବେ ଦୁଇ ଜଣ ଯାକ ଉଦ୍ଧାର ଶିଶୁ ବଡ଼ସାହି ବ୍ଲକ ଅଧିନସ୍ଥ ବଦଳିଗାଁ ଅଞ୍ଚଳର ବୋଲି ଜଣା ପଡିଛି। ସେମାନଙ୍କୁ ହୋଟେଲ ମାଲିକ ଅଳ୍ପ ବେତନ ଦେଇ କାମ କରାଉଥିବା ନେଇ ଅଭିଯୋଗ ହୋଇଛି।
ଆଗାମୀ ଦିନରେ ବି ଏହି ଚଢ଼ାଉ ବେତନଟୀ ଓ ବୈଶିଙ୍ଗା ଅଞ୍ଚଳରେ ଜାରୀ ରହିବ ବୋଲି କହିଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ। ବିପଦସଂକୁଳ ସ୍ଥିତିରେ ଯଦି କୌଣସି ଶିଶୁ ଶ୍ରମିକ କାମ କରୁଛନ୍ତି ତେବେ ତୁରନ୍ତ ଜିଲ୍ଲାଶ୍ରମ ବିଭାଗକୁ ସୂଚନା ଦେବାକୁ ସୁଶ୍ରୀ ସୋରେନ ଅନୁରୋଧ କରିଛନ୍ତି।
Mayurbhanj | Crime
Follow Us