ମୟୂରଭଞ୍ଜ: ଜିଲ୍ଲାସ୍ତରୀୟ ୭୪ ତମ ସ୍ୱାଧୀନତା ଦିବସ ପାଳିତ

Advertisment

ସ୍ୱାଧୀନତା ସଂଗ୍ରାମରେ ମୟୂରଭଞ୍ଜ ଜିଲ୍ଲାର ରହିଛି ଅନନ୍ୟ ଅବଦାନ, ୨୨ କୋଭିଡ୍ ଯୋଦ୍ଧା ସମ୍ବର୍ନ୍ଧିତ

ସ୍ୱାଧୀନତା ସଂଗ୍ରାମରେ ମୟୂରଭଞ୍ଜ ଜିଲ୍ଲାର ରହିଛି ଅନନ୍ୟ ଅବଦାନ, ୨୨ କୋଭିଡ୍ ଯୋଦ୍ଧା ସମ୍ବର୍ନ୍ଧିତ

ମୟୂରଭଞ୍ଜ: ଜିଲ୍ଲାସ୍ତରୀୟ ୭୪ ତମ ସ୍ୱାଧୀନତା ଦିବସ ପାଳିତ

ବାରିପଦା : ସ୍ୱାଧୀନତା ସଂଗ୍ରାମରେ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ସର୍ବଦା ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଛି। ଜିଲ୍ଲାର ବାମନଘାଟିରେ ସଂଗଠିତ ଆଦିବାସୀ ଓ ସାନ୍ତାଳ ବିଦ୍ରୋହ, ଜିଲ୍ଲାର ବାମନ ଘାଟି, ପାଂଚପିଢ, କପ୍ତିପଦା, ବେତନଟି ଆଦି ଅଂଚଳରେ ସଂଗଠିତ ହୋଇଥିବା ପ୍ରଜା ଆନ୍ଦୋଳନ ଦେଶପ୍ରେମର ଅପୂର୍ବ ଗାଥା ବହନ କରିଥାଏ। ଏହି ମାଟିର ଅନେକ ବୀର ସନ୍ତାନ ସ୍ବାଧୀନତା ନିମନ୍ତେ ସେମାନଙ୍କର ଅବଦାନ ଛାଡ଼ିଯାଇଛନ୍ତି। ସେହିପରି ମୟୂରଭଞ୍ଜର ପ୍ରଜାବତ୍ସଳ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ଓ ମହାରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ’ଙ୍କର ଆଧୁନିକ ଉତ୍କଳ ପ୍ରଦେଶ ଗଠନରେ ରହିଛି ନିଆରା ପ୍ରତିବଦ୍ଧତା। ମହାରାଜାଙ୍କ ତ୍ୟାଗ ଓ ଅତୁଳନୀୟ ଦେଶପ୍ରେମ ଉତ୍ତର ଦାୟାଦ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ରାଜ୍ୟ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମତବ୍ୟକ୍ତ କରିଛନ୍ତି।

publive-image

ମୟୂରଭଞ୍ଜ ଜିଲ୍ଲା ସଦରମହକୁମା ବାରିପଦାରେ ୭୪ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ମୟୂରଭଞ୍ଜର ଗୌରବମୟ ଐତିହ୍ୟ ସମ୍ପର୍କରେ ଏପରି ମତରଖିଥିଲେ। ଏହି ଉତ୍ସବ ଆନୁଷ୍ଠାନିକ ଭାବରେ କୋଭିଡ ନିୟମ ଅନୁପାଳନ ପୂର୍ବକ ସୀମିତ କାର୍ଯ୍ୟକ୍ରମ ମଧ୍ୟରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବାରିପଦା ରିଜର୍ଭ ପୋଲିସ ପ୍ୟାରେଡ୍ ପଡିଆରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଆରକ୍ଷୀ ବିଭାଗ ତତ୍ୱାବଧାନରେ ଆୟୋଜିତ ୭୪ତମ ସ୍ୱାଧୀନତା ଦିବସ ଜିଲ୍ଲାସ୍ତରୀୟ ସମାରୋହରେ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ସକାଳ ୯.୧୫ମି. ସମୟରେ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଆର୍ମ୍ ପୁଲିସ ରିଜର୍ଭ ବାହିନୀ ଠାରୁ ଅଭିବାଦନ ଗ୍ରହଣ କରିଥିଲେ ମୁଖ୍ୟଅତିଥି। ସମ୍ପ୍ରତି କରୋନା ମହାମାରୀ ସମଗ୍ର ବିଶ୍ୱ, ଦେଶ ତଥା ଆମରାଜ୍ୟକୁ କବଳିତ କରିଛି। ତେବେ ଏହି ମହାମାରୀ ସମୟରେ ଜନସାଧାରଣଙ୍କ ପ୍ରତିଟି ଜୀବନ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେଇ ସରକାର କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ନିରନ୍ତର ପ୍ରୟାସ ଜାରୀ ରଖିଥିବା ବେଳେ କରୋନା ଯୋଦ୍ଧାମାନଙ୍କର ନିଷ୍ଠାପର ତ୍ୟାଗ ସଂଯମ, ବଳିଦାନ ତଥା ମହତ୍ୱପୂର୍ଣ୍ଣ ସେବାକୁ ମୁଖ୍ୟଅତିଥି ପ୍ରଶଂସା କରିଥିଲେ । ଏହି ଅବସରରେ ସମାଜର ଆଗଧାଡ଼ିରେ ରହି କରୋନା ସହିତ ଲଢ଼େଇ କରୁଥିବା ୨୨ଜଣ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ପରିମଳ କର୍ମଚାରୀ ଓ ପୁଲିସ କର୍ମଚାରୀଙ୍କ ଭଳି କୋଭିଡ୍ ଯୋଦ୍ଧାଙ୍କୁ ସମ୍ମାନିତ କରାଯାଇଥିଲା ।

ସମ୍ବର୍ନ୍ଧିତ ହୋଇଥିବା କରୋନା ଯୋଦ୍ଧାମାନେ ହେଲେ ଡା. ଘାସିରାମ ମୁର୍ମୁ, ଡା. ଜ୍ଞାନେନ୍ଦ୍ର କୁମାର ମହାନ୍ତି, ଡା. ସମୀର ରଞ୍ଜନ ମହାପାତ୍ର, ଡା. ସଞ୍ଜିବ କୁମାର ବୋଇତାଇ, ସବ୍ୟସାଚୀ ସ୍ୱାମୀ, ରାଜୀବ ଲୋଚନ ବାରିକ, ଶାଶ୍ୱତୀ ମହାପାତ୍ର, ରାଜେଶ କୁମାର ମହାନ୍ତି, ଜ୍ୟୋତ୍ସ୍ନା ଗନ୍ତାୟତ, ରିନି ଦାସ, ଦିପ୍ତିପ୍ରଭା ବେହେରା, ରେବତୀ ଦତ୍ତ, ଚିତ୍ରାଙ୍ଗଦା ସିଂ, ଯଶୋମତି ନାଥ, ସୁଜାତା ମହାନ୍ତ, ପୁଲିସ୍ କର୍ମଚାରୀ ଶିଳ୍ପି ବେହେରା, କାରୁହରି ମାଝୀ, ପରିମଳ କର୍ମଚାରୀ ଅନ୍ଧକାହ୍ନୁ ମୁଖି, ଚନ୍ଦ୍ରଭାନୁ ମ଼ୁଖି, ହର ବୈଠା, ପାବନ ମୁଖି ଓ ମନୁ ମୁଖି। ଏଥି ସହିତ ସର୍ବଭାରତୀୟ ସ୍ତରରେ ଏନ୍ସିଭିଟି ଆଇଟିଆଇ ରୢାକିଂରେ ଜିଲ୍ଲାର ଟିଟିଆଇ ତକତପୁର ୭୩ ତମ ସ୍ଥାନ ଅଧିକାର କରିଥିବାରୁ ଅନୁଷ୍ଠାନର ଅଧ୍ୟକ୍ଷ ଶୁଭାଙ୍ଗ କିଶୋର ଦାସଙ୍କୁ ସମ୍ମାନୀତ କରାଯାଇଥିଲା । ଏହି ଅବସରରେ ମୁଖ୍ୟଅତିଥି ରିଜର୍ଭ ପୋଲିସ ପଡିଆରେ ବୃକ୍ଷ ରୋପଣ କରିଥିଲେ । ଏହି ସମାରୋହରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଆରକ୍ଷୀ ଅଧୀକ୍ଷକ ସ୍ମିତ୍ ପି. ପରମାର ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସ୍ୱଧାଦେବ ସିଂ, ଅନ୍ୟତମ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବିବେକାନନ୍ଦ ସାହୁ, ବାରିପଦା ଉପଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡି, ଡିଏଫ୍ଓ ସ୍ୱୟଂ ମଲ୍ଲିକ ପ୍ରମୁଖଙ୍କ ସମେତ ବିଭିନ୍ନ ବିଭାଗର ପଦାଧିକାରୀ ଓ ଆମନ୍ତ୍ରିତ ଅତିଥି ଉପସ୍ଥିତ ଥିଲେ । ଆର୍ମ୍ ପୁଲିସ ରିଜର୍ଭ ଦ୍ୱାରା ଅନୁଷ୍ଠିତ କାର୍ଯ୍ୟକ୍ରମକୁ ରିଜର୍ଭ ଇନ୍ସପେକ୍ଟର କୁଳମଣି ଗିରି ପରିଚାଳନା କରିଥିଲେ । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe