ଜିଲ୍ଲାସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା: ଭାଗନେଲେ ୬୫୬ ପ୍ରତିଯୋଗୀ

Advertisment
ଜିଲ୍ଲାସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା: ଭାଗନେଲେ ୬୫୬ ପ୍ରତିଯୋଗୀ

ରାଉରକେଲା: ହକି ବିଶ୍ୱକପ୍ ପାଇଁ ସୁନ୍ଦରଗଡ଼ ଜିଲ୍ଲାବ୍ୟାପୀ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା କରାଯାଉଛି। ରାଉରକେଲାର ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମଠାରେ ଚାଲିଥିବା ଜିଲ୍ଲାସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଉଭୟ ବିଜେତା ଏବଂ ଉପବିଜେତାମାନଙ୍କୁ ଆକର୍ଷଣୀୟ ପୁରସ୍କାର ଦିଆଯାଇଥିଲା।ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ବ୍ୟାଡମିଣ୍ଟନ ଆସୋସିଏସନ ମିଳିତ ସହଯୋଗରେ ଜାନୁଆରି ୪ରୁ ୮ ତାରିଖ ଯାଏଁ ଏହି ପ୍ରତିଯୋଗିତା ଚାଲିଥିଲା। ଏଥିରେ ୬୫୬ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। କନିଷ୍ଠ ଏବଂ ବରିଷ୍ଠ ବର୍ଗରେ ହୋଇଥିବା ଏହି ପ୍ରତିଯୋଗିତାରେ ମହିଳା ଏବଂ ପୁରୁଷ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ।

ଏଥିରେ ୭୦୦ରୁ ଅଧିକ ମ୍ୟାଚ ହୋଇଥିଲା ଏବଂ ୬୫୬ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ।ଏହି ପ୍ରତିଯୋଗିତାରେ ୯ ବର୍ଷରୁ କମ, ୧୧ ବର୍ଷରୁ କମ, ୧୩ ବର୍ଷରୁ କମ, ୧୫ ବର୍ଷରୁ କମ, ୧୭ ବର୍ଷରୁ କମ ଏବଂ ୧୯ ବର୍ଷରୁ କମ ବର୍ଗରେ ମ୍ୟାଚ ଖେଳା ଯାଇଥିଲା। ବରିଷ୍ଠ ବର୍ଗରେ ୩୫ ବର୍ଷରୁ ଆରମ୍ଭ କରି ୬୫ ବର୍ଷରୁ ଅଧିକ ବୟସର ପ୍ରତିଯୋଗୀ ଭାଗ ନେଇଥିଲେ। ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅଭିମନ୍ୟୁ ବେହେରା, ପାନପୋଷ ଉପଜିଲ୍ଲାପାଳ ଅଭିମନ୍ୟୁ ମାଝି, ପାନପୋଷ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ସରୋଜିନୀ ପ୍ରସନ୍ନ କୁଲୁ, ରାଉରକେଲା ତହସିଲଦାର ଚନ୍ଦ୍ରକାନ୍ତ ମଲ୍ଲିକ, ଜିଲ୍ଲା ବ୍ୟାଡମିଣ୍ଟନ ଆସୋସିଏସନର ସଭାପତି ମିହିର ରାୟ ପ୍ରମୁଖ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe