ସରିଲା ଜିଲ୍ଲାସ୍ତରୀୟ ସାଂସ୍କୃତିକ ପ୍ରତିଯୋଗିତା: ‘ଆଦିବାସୀ କରମା ନୃତ୍ୟ’ ପ୍ରଥମ, ପାଲା ଦ୍ବିତୀୟ

Advertisment
ସରିଲା ଜିଲ୍ଲାସ୍ତରୀୟ ସାଂସ୍କୃତିକ ପ୍ରତିଯୋଗିତା: ‘ଆଦିବାସୀ କରମା ନୃତ୍ୟ’ ପ୍ରଥମ, ପାଲା ଦ୍ବିତୀୟ

ରାଉରକେଲା: ହକି ବିଶ୍ୱକପ ପାଇଁ ଆୟୋଜିତ ଜିଲ୍ଲାସ୍ତରୀୟ ସାଂସ୍କୃତିକ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ଶନିବାର ଦିନ ସ୍ଥାନୀୟ ଭଞ୍ଜ ଭବନଠାରେ ଚୂଡ଼ାନ୍ତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ସୁନ୍ଦରଗଡ଼ର ‘ଆଦିବାସୀ କରମା ନୃତ୍ୟ’ ଦଳ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଟାଙ୍ଗରପାଲିର ‘ମା’ ଗଙ୍ଗେଶ୍ୱରୀ ପାଲା ପରିଷଦ’ ଦ୍ୱିତୀୟ, କୋଇଡ଼ା ବ୍ଲକର ଶରଣ ଧର୍ମ ଏସଟି ହୋ ମୁଣ୍ଡା ପରିଧାନ ସାଂସ୍କୃତିକ ଦଳ ତୃତୀୟ ସ୍ଥାନ ହାସଲ କରିଥିଲା।

ପ୍ରଥମରୁ ତୃତୀୟ ସ୍ଥାନ ଅଧିକାର କରିଥିବା ଦଳକୁ ଯଥାକ୍ରମେ ୫୦ ହଜାର, ୩୦ ହଜାର ଓ ୨୦ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ସୂଚନାଯୋଗ୍ୟ, ଚୂଡ଼ାନ୍ତ ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ବ୍ଲକର ୧୦ଟି ସାଂସ୍କୃତିକ ଦଳ, ଯଥା-ଝୁମେର, କରମା, ଖଡ଼ିଆ, ଓରାମ, କିସାନ ନୃତ୍ୟ ସହିତ ପାଲା ଓ ସଂକୀର୍ତ୍ତନ ଆଦି ଦଳ ଅଂଶଗ୍ରହଣ କରିଥିଲେ। ଏମାନେ ପାଲା, ସଂକୀର୍ତ୍ତନ, ଆଦିବାସୀ ନୃତ୍ୟ ଓ ଗୀତ ମାଧ୍ୟମରେ ହକି ଉପରେ ବିଶେଷ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ମୁଖ୍ୟଅତିଥି ବିଧାୟକ ତଥା ସୁନ୍ଦରଗଡ଼ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ଯୋଗଦେଇ କଳାକାରମାନଙ୍କୁ ପୁରସ୍କୃତ କରିଥିଲେ। ନାଟ୍ୟକାର ଭାସ୍କର ଚନ୍ଦ୍ର ମହାପାତ୍ର, ସଙ୍ଗୀତ ନିର୍ଦ୍ଦେଶକ ଦୋଳ ଗୋବିନ୍ଦ ଗର୍ଡିଆ, ଓଡ଼ିଶୀ ନୃତ୍ୟଶିଳ୍ପୀ ସୁଦେଷ୍ଣା ରାଣୀ ରାଉତ ପ୍ରମୁଖ ବିଚାରକ ଦାୟିତ୍ବ ତୁଲାଇଥିଲେ। ସୁନ୍ଦରଗଡ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅଭିମନ୍ୟୁ ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ କୁଲଦୀପ ଖାଖା, ରାଉରକେଲା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କା, ସୁନ୍ଦରଗଡ଼ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ପ୍ରମୁଖ ପଞ୍ଚାସୀନ ଥିଲେ। ଅନିଲ ମଲ୍ଲିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe