ସ୍ୱାଧୀନତା ଦିବସ: ଗଂଜାମ ଓ ପୁରୀରେ ମନ୍ତ୍ରୀଙ୍କ ବଦଳରେ ପତାକା ଉତ୍ତୋଳନ କରିବେ ଜିଲ୍ଲାପାଳ

Advertisment
ସ୍ୱାଧୀନତା ଦିବସ: ଗଂଜାମ ଓ ପୁରୀରେ ମନ୍ତ୍ରୀଙ୍କ ବଦଳରେ ପତାକା ଉତ୍ତୋଳନ କରିବେ ଜିଲ୍ଲାପାଳ

ଭୁବନେଶ୍ୱର: ଆସନ୍ତାକାଲି ୭୪ତମ ସ୍ୱାଧୀନତା ଦିବସ ଅବସରରେ ଗଂଜାମ ଏବଂ ପୁରୀ ଜିଲ୍ଲାରେ ଜିଲ୍ଲାପାଳମାନେ ପତାକା ଉତ୍ତୋଳନ କରିବା ନେଇ ସୂଚନା ରହିଛି। ଛତ୍ରପୁରରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏବଂ ପୁରୀରେ ଜିଲ୍ଲାପାଳ ବଲଓ୍ଵନ୍ତ ସିଂହ ପତାକା ଉତ୍ତୋଳନ କରିବେ। ପୂର୍ବରୁ ଗଂଜାମ ଜିଲ୍ଲାରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏବଂ ପୁରୀରେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ପତାକା ଉତ୍ତୋଳନ କରିବାର କାର୍ଯ୍ୟସୂଚୀ ଥିଲା।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ମନ୍ତ୍ରୀ ଶ୍ରୀ ବେହେରା ଏବଂ ମନ୍ତ୍ରୀ ଶ୍ରୀ ପୂଜାରୀ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବାରୁ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସରେ ଯୋଗଦେବେ ନାହିଁ। ଉଭୟ ମନ୍ତ୍ରୀଙ୍କୁ ସଂଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଥିବା ସୂଚନା ରହିଛି। ଫଳରେ ତାଙ୍କ ବଦଳରେ ଜିଲ୍ଲାପାଳମାନେ ପତାକା ଉତ୍ତୋଳନ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe