ଆଶାକର୍ମୀଙ୍କ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ

Advertisment
ଆଶାକର୍ମୀଙ୍କ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ

ରାୟଗଡ଼ା: ସ୍ଥାନୀୟ ଠକର ବାପା ଆଶ୍ରମ ଠାରେ ବିଜୁ ଶ୍ରମିକ ସାମୁଖ୍ୟ ଦ୍ବାରା ପରିଚାଳିତ ଅଲ୍ ଓଡ଼ିଶା ଆଶାକର୍ମୀ ସାମୁଖ୍ୟର ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ସଭାନେତ୍ରୀ ରମା କୁମାରୀ ପଟନାୟକ ସଭାପତିତ୍ୱ କରିଥିବା ବେଳେ ସୁମିତ୍ରା କର୍କରିଆ ବିବରଣୀ ପାଠ କରିଥିଲେ। ଉକ୍ତ ସଭାରେ ରାଜ୍ୟ ସଭାନେତ୍ରୀ ମମତା ଦାସ ମୂଖ୍ୟ ଅତିଥି ରୂପେ ଯୋଗ ଦେଇ ଥିବା ବେଳେ ଆଶାକର୍ମୀ ସାମୁଖ୍ୟର ରାଜ୍ୟ ମୂଖ୍ୟ ସଂଯୋଜକ ନିରଂଜନ ପାତ୍ର ମୂଖ୍ୟ ବକ୍ତା ରୁପେ ଯୋଗ ଦେଇଥିଲେ। ଉକ୍ତ ବୈଠକରେ ରାୟଗଡ଼ା ଜିଲ୍ଲାର ପ୍ରେତ୍ୟେକ ବ୍ଳକର ଶତାଧିକ କର୍ମକର୍ତା ବୃନ୍ଦ ଯୋଗ ଦେଇଥିଲେ।

ରାଜ୍ୟ ସଭାନେତ୍ରୀ ମମତା ଦାସ ତାଙ୍କ ଅଭିଭାଷଣ ଦେଇ କହିଥିଲେ ଯେ କେନ୍ଦ୍ର ସରକାର ଜନ୍ମ ଦେଇ ପାଳିତ କନ୍ୟା କରି ରାଜ୍ୟ ପାଖରେ ଛାଡ଼ି ଦେଲା। ୬୦ ଭାଗ କେନ୍ଦ୍ର ସରକାର ଆଉ ୪୦ ଭାଗ ରାଜ୍ୟ ସରକାରଙ୍କର ଅନୁଦାନରେ ଗ୍ରାମୀଣ ସ୍ବାସ୍ଥ୍ୟ ସେବା ଚାଲିଥିବା ବେଳେ ଆଶାକର୍ମୀମାନଙ୍କୁ ଦାବି ଉପରେ ରାଜ୍ୟ ସରକାର ନିକଟ ଭବିଷ୍ୟତରେ କେତେକ ଗୁରୁତ୍ବପୂର୍ଣ୍ଣ ଦାବି ପୂରଣ କରିବାକୁ ଯାଉଥିବା ବେଳେ କେନ୍ଦ୍ର ସରକାର ଆଶାକର୍ମୀମାନଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରୁଥିବା ଉଦବେଗର ବିଷୟ ବୋଲି ମତ ପ୍ରକାଶ କରିଥିଲେ।

୨୦୨୩ ଫେବ୍ରୁଆରି ୨୩ ତାରିଖ ଦିନ ଆମ ଆଶାକର୍ମୀ ସାମୁଖ୍ୟର ରାଜ୍ୟ କମିଟିକୁ ନବୀନ ନିବାସକୁ ଡ଼କାଇ ତୁମର ଭତ୍ତା ବୃଦ୍ଧି ସହିତ କେତେକ ଗୁରୁତ୍ବପୂର୍ଣ୍ଣ ଦାବି ପୂରଣ କରାଯିବ ବୋଲି ୫ ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍ ନିର୍ଭର ଯୋଗ୍ୟ ପ୍ରତିଶ୍ରୁତି ଦେଲେ ବୋଲି ଆଜିର ସଭାରେ ରାଜ୍ୟ ସରକାରଙ୍କୁ ନବିନ ପଟନାୟକଙ୍କୁ ଭୂୟସୀ ପ୍ରସଂଶା କରିବା ସହ ସାରା ଓଡ଼ିଶାର ସମସ୍ତ ଆଶାକର୍ମୀ ଭଉଣୀମାନଙ୍କୁ ଏକଜୁଟ ହେବ ପାଇଁ ଆହ୍ବାନ ଦେଇଥିଲେ। ଶ୍ରୀ ପାତ୍ର ନିଜ ଅଭିଭାଷଣରେ ସାଂଗଠନିକ ବିଷୟ ଚର୍ଚ୍ଚା କରିବା ସହିତ ଆଗାମୀ ଦିନରେ ସଶକ୍ତ କରିବାକୁ ଆହ୍ବାନ ଦେଇଥିଲେ। ରମା କୁମାରୀ ପଟନାୟକ ସଭା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ରାଜ୍ୟ ସରକାର ଆଗାମୀ ଦିନରେ ଆଶାକର୍ମୀଙ୍କ ଦାବି ମଧ୍ୟରୁ ୬୨ ବର୍ଷ ରୁ ୬୫ ବର୍ଷ କୁ ବ୍ରୁଦ୍ଧି କରିବା, ଭତ୍ତା ଦୁଇଗୁଣ ବୃଦ୍ଧି କରିବା, ଅବସର କାଳୀନ ସହାୟତା ରାଶି ୫ ଲକ୍ଷ, ମୃତ୍ୟୁ କାଳୀନ ସହାୟତା ରାଶି ୨ ଲକ୍ଷ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି ବୋଲି ସୂଚନା ଦିଆଯାଇଥିଲା।ବୈଠକରେ ମୌନିକା ସାହୁ, ନିଲାମା ପେଦେଣ୍ଟି, ମିତା ବିଡ଼ିକା, ସସ୍ମିତା ସାହୁକାର, ଜ୍ୟୋତି, ଅଂଚ ହୁଇକା, ପ୍ରତିମା ପଣ୍ଡା ପ୍ରମୂଖ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe