ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍‌ ଦିବସ

Advertisment

‘ସାମ୍ବାଦିକ ସର୍ବକାଳୀନ ପ୍ରହରୀ’   

‘ସାମ୍ବାଦିକ ସର୍ବକାଳୀନ ପ୍ରହରୀ’   

ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍‌ ଦିବସ

ବରଗଡ଼: ସମାଜର ଘଟଣାବଳୀ ଏବଂ ସାଂପ୍ରତିକ ସ୍ଥିତିକୁ ନେଇ ବିଭିନ୍ନ ସମୟରେ ବିଭିନ୍ନ ସ୍ତରରୁ ଜଣେ ଜଣେ ପ୍ରହରୀ ସମ୍ମୁଖକୁ ଆସିଛନ୍ତି। ଇତିହାସକୁ ତର୍ଜମା କଲେ ଏହା ସ୍ପଷ୍ଟ। କିନ୍ତୁ ଜଣେ ସାମ୍ବାଦିକ ହେଲା ସର୍ବକାଳୀନ ପ୍ରହରୀ। ସବୁ ଘଟଣାବଳୀ ସହ ସାମ୍ବାଦିକ ହିଁ ସଂପୃକ୍ତ। ସବୁ କ୍ଷେତ୍ରରୁ ଜ୍ଞାନ ରଖୁଥିବା ବ୍ୟକ୍ତି ହେଲା ସାମ୍ବାଦିକ ବୋଲି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍‌ ଦିବସ ଅବସରରେ ମୁଖ୍ୟବକ୍ତା ‘ସମ୍ବାଦ’ ସମ୍ବଲପୁର ସଂସ୍କରଣ ସମ୍ପାଦନା ବିଭାଗ ମୁଖ୍ୟ ଲକ୍ଷ୍ମୀନାରାୟଣ ହୋତା ମତବ୍ୟକ୍ତ କରିଛନ୍ତି।

‘ରାଷ୍ଟ୍ର ନିର୍ମାଣରେ ଗଣମାଧ୍ୟମର ଭୂମିକା’ ଉପରେ ବକ୍ତବ୍ୟ ରଖି ଶ୍ରୀ ହୋତା ସାମ୍ବାଦିକମାନଙ୍କୁ ଗରିବ-ଦରଦି, ଅସଲ ସମସ୍ୟା ଏବଂ ନ୍ୟାୟର ପକ୍ଷଭୁକ୍ତ ହେବାକୁ ପରାମର୍ଶ ଦେଇଥିଲେ। ‌ବିଶ୍ବରେ ଘଟିଥିବା ଗୁଡ଼ାଏ ସଂସ୍କାର ବଳିଷ୍ଠ ସାମ୍ବାଦିକତା ଯୋଗୁଁ ସମ୍ଭବ ଥିଲା। ସମାଜକୁ ଦିଗ୍‌ଦର୍ଶନ ଦେବାରେ ଗଣମାଧ୍ୟମର ଭୂମିକା ଅପରିହାର୍ଯ୍ୟ ‌େବାଲି ସେ ମତବ୍ୟକ୍ତ କରିଥିଲେ। ମୁଖ୍ୟଅତିଥି ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଆଦିତ୍ୟ ଗୋଏଲ୍‌ ବ୍ୟବସ୍ଥା ଏବଂ ଗଣମାଧ୍ୟମର ସହଭାଗିତା ଦ୍ବାରା ରାଷ୍ଟ୍ରର ବିକାଶ ସମ୍ଭବ ବୋଲି ମତ ରଖିଥିଲେ। ବରିଷ୍ଠ ସମ୍ବାଦିକ ସୁରେନ୍ଦ୍ର କୁମାର ହୋତା ମଧ୍ୟ ତାଙ୍କ ମତ ରଖିଥିଲେ। ଏଏସ୍‌ପି ପ୍ରଦ୍ୟୁମ୍ନ ମିଶ୍ର, ସହକାରୀ ପ୍ରାଣୀ ଚିକିତ୍ସା ଅଧିକାରୀ ବୀରୁପାକ୍ଷ ନାୟକ, ସହକାରୀ କୃଷି ଉଦ୍ୟାନ ଅଧିକାରୀ ଗୋବିନ୍ଦଚନ୍ଦ୍ର ପଣ୍ଡାଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ। ଡିଆଇପିଆର୍‌ଓ କଲ୍ୟାଣୀ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe