ଅଯୋଧ୍ୟା ଶ୍ରୀରାମ ମନ୍ଦିର ନିର୍ମାଣ ନିଧି ସଂଗ୍ରହ ଅଭିଯାନର ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

Advertisment
ଅଯୋଧ୍ୟା ଶ୍ରୀରାମ ମନ୍ଦିର ନିର୍ମାଣ ନିଧି ସଂଗ୍ରହ ଅଭିଯାନର ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

ବାରିପଦା: ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ ନ୍ୟାସ ନିମନ୍ତେ ନିଧି ସଂଗ୍ରହ ଅଭିଯାନର ପ୍ରସ୍ତୁତି ବୈଠକ ଆଜି ବାରିପଦାରେ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱହିନ୍ଦୁ ପରିଷଦର ମୟୂରଭଞ୍ଜ ଜିଲ୍ଲା ସଭାପତି ଦିବାକର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(ଆରଏସଏସ)ର ବିଭାଗ ପ୍ରମୁଖ ତପନ କୁମାର ନାୟକ, ଜିଲ୍ଲା କାର୍ଯ୍ୟବାହ ଭରତ ଚନ୍ଦ୍ର ହାଁସଦାଃ, ଜିଲ୍ଲା ସଂଯୋଜକ ତୁଷାର କାନ୍ତ ମହାନ୍ତ ପ୍ରମୁଖ ଯୋଗ ଦେଇ ଅଭିଯାନର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ।

ବିଶ୍ୱ ହିନ୍ଦୁ ପରିଷଦର ରାଜ୍ୟ ଧର୍ମ ପ୍ରସାର ବିଭାଗ ପ୍ରମୁଖ ଅଧ୍ୟକ୍ଷ ହରିହର ତ୍ରିପାଠୀ ଶ୍ରୀରାମ ମନ୍ଦିର ନିର୍ମାଣ ଯୋଜନା ଓ ସ୍ୱରୂପର ଆଲେଖ୍ୟ ଉପସ୍ଥାପନ କରିଥିଲେ । ସେହିପରି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ବିବିଧ କ୍ଷେତ୍ର ସହିତ ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି, ଏକଲବ୍ୟ ବିଦ୍ୟାଳୟ ସଂଗଠନ, ବନବାସୀ କଲ୍ୟାଣ ଆଶ୍ରମ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି), ଭାରତୀୟ ମଜଦୁର ସଭା, ମାତୃଶକ୍ତି ଓ ଦୁର୍ଗା ବାହିନୀ ଆଦି ବିଭିନ୍ନ ସଂଗଠନର କର୍ମକର୍ତ୍ତା ଯୋଗଦେଇ ରାମ ମନ୍ଦିର ନିର୍ମାଣ କାର୍ଯ୍ୟକୁ ସଫଳ କରାଇବା ନିମନ୍ତେ ସଙ୍କଳ୍ପ ପାଠ କରିଥିଲେ । ଜିଲ୍ଲା ଅଭିଯାନ ମୁଖ୍ୟ ଯୋଗେଶ୍ୱର ଦଣ୍ଡପାଟ ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲାର ସମସ୍ତ ବ୍ଲକ, ଗ୍ରାମ ପଞ୍ଚାୟତ ଓ ଗ୍ରାମଗୁଡ଼ିକରେ ଥିବା ପ୍ରତ୍ୟେକ ପରିବାର ନିକଟରେ ପହଞ୍ଚାଇବା ନିମନ୍ତେ ସମସ୍ତଙ୍କୁ ନିବେଦନ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe