ଜନଜାତିଙ୍କ ସଂସ୍କୃତି, ପରଂପରା ଓ ଐତିହ ଅନନ୍ୟ: ମନ୍ତ୍ରୀ

Advertisment

ଜିଲ୍ଲାସ୍ତରୀୟ ଜନଜାତି ସାଂସ୍କୃତିକ ମହୋତ୍ସବ ଉତଘାଟିତ

ଜିଲ୍ଲାସ୍ତରୀୟ ଜନଜାତି ସାଂସ୍କୃତିକ ମହୋତ୍ସବ ଉତଘାଟିତ

ଜନଜାତିଙ୍କ ସଂସ୍କୃତି, ପରଂପରା ଓ ଐତିହ ଅନନ୍ୟ: ମନ୍ତ୍ରୀ

ରାୟଗଡା: ରାୟଗଡ଼ ଜିଲ୍ଲାସ୍ତରୀୟ ଜନଜାତି ସାଂସ୍କୃତିକ ମହୋତ୍ସବ ଗୁରୁବାର ଉଦଘାଟିତ ହୋଇଯାଇଛି। ତିନି ଦିବସୀୟ ଏହି ମହୋତ୍ସବର ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବେ ମହିଳା ଓ ଶିଶୁ କଲ୍ୟାଣ ଓ ମିସନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ରମ ଯୋଗ ଦେଇ ଜନଜାତିଙ୍କ ପରଂପରା ଅନନ୍ୟ ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦିବାସୀ ଜିଲ୍ଲାଗୁଡିକରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରି ଆଦିବାସୀଙ୍କ ସଂସ୍କୃତିକୁ ଲୋକଲୋଚନକୁ ଆଣିବାକୁ ପ୍ରୟାସ କରି ସଫଳ ହୋଇଛନ୍ତି ବୋଲି କହିଥିଲେ।ସ୍ବୟଂ ସହାୟକ ଗୋଷ୍ଠୀମାନେ କିପରି ଆଗକୁ ବଢିବେ ଓ ଆର୍ଥିକ ସ୍ଥିତି ସେମାନଙ୍କର ସୁଦୃଢ଼ ହେବ ସେନେଇ ସେ ସମସ୍ତ ପଦକ୍ଷେପ ନେଇଛନ୍ତି। ଏପରିକି ମହିଳାମାନଙ୍କୁ ଦୁବାଇ ଓ ସିଙ୍ଗାପୁର ଗସ୍ତ କରାଇ ସେମାନଙ୍କର ଅନ୍ତର୍ନିହିତ ଗୁଣକୁ ଲୋକଲୋଚନକୁ ଆଣିଛନ୍ତି।

ଗତ କିଛି ଦିନ ଧରି ଜିଲ୍ଲାର ସମସ୍ତ ବ୍ଲକରେ ବ୍ଲକସ୍ତରୀୟ ଜନଜାତି ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଗୁରୁବାର ଜିଲ୍ଲାସ୍ତରୀୟ ମହୋତ୍ସବରେ ଅନ୍ୟ ସମ୍ମାନିତ ଅତିଥିମାନଙ୍କ ମଧ୍ୟରୁ ଏସଡିସିର ରାଜ୍ୟ ଉପଦେଷ୍ଟା ପ୍ରଦୀପ ମାଝି,ଏସଡିସି ଅଧ୍ୟକ୍ଷା ଅନୁସୟା ମାଝି, ବିଧାୟକ ମକରନ୍ଦ ମୁଦୁଲି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝି, ଏସଟିସି ଉପାଧ୍ୟକ୍ଷ, ଏଡିଏମ ଭାସ୍କର ରଇତ, ଏଏସପି ବିଷ୍ଣୁ ପ୍ରସାଦ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ରାୟଗଡା ଜିଲ୍ଲାରେ ବସବାସ କରୁଥିବା ବିଭିନ୍ନ ଆଦିବାସୀ ସଂପ୍ରଦାୟର ସଂସ୍କୃତି ଭିନ୍ନ କିନ୍ତୁ ପରଂପରା ଓ ଚାଲିଚଳନ ଏକାପରି। ଏହି ମହୋତ୍ସବରେ ଶହେଟି ଷ୍ଟଲ ଖୋଲାଯାଇଥିଲା। ସବୁ ଷ୍ଟଲରେ ଆଦିବାସୀ ଜନଜାତିଙ୍କର ଛାପ ଦେଖିବାକୁ ମିଳେ। ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ନିଜ ନିଜର ହସ୍ତଶିଳ୍ପୀଗୁଡିକ ପ୍ରଦର୍ଶନୀ କରିବା ସହ ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା।ମହୋତ୍ସବରେ ଆଦବାସୀ ନୃତ୍ୟରେ ଲୋକେ ଝୁମିଥିଲେ। ଜିଲ୍ଲାର ଏବଂ ଜିଲ୍ଲା ବାହରୁ ଆସିଥିବା ଜନଜାତିମାନେ ନିଜ ନିଜଅଂଚଳର ଲୋକନୃତ୍ୟ ପରିବେଷଣ କରିଥିଲେ। ଆସନ୍ତା ୩ ତାରିଖରେ ଏହା ଉଦଯାପିତ ହେବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe