କନ୍ଧମାଳ : ଜିଲ୍ଲାସ୍ତରୀୟ ଦୁଇ ଦିନିଆ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା କର୍ମଶାଳା ଉଦ୍‌ଯାପିତ

କନ୍ଧମାଳ : ଜିଲ୍ଲାସ୍ତରୀୟ ଦୁଇ ଦିନିଆ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା କର୍ମଶାଳା ଉଦ୍‌ଯାପିତ

ଘୁ.ଉଦୟଗିରି : କଳିଙ୍ଗାସ୍ଥିତ ଉଦ୍ୟାନ ତାଲିମ ପ୍ରତିଷ୍ଠାନ ପରିସରରେ ଜିଲ୍ଲା ସ୍ତରୀୟ ଦୁଇ ଦିନିଆ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା କର୍ମଶାଳା ଉଦ୍‌ଯାପିତ ହୋଇଯାଇଛି। ଉଦଘାଟନି ଉତ୍ସବରେ କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷ‌ା ଶ୍ରୀମତୀ ଆକାଂକ୍ଷା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି କର୍ମଶାଳା କୁ ଉଦଘାଟନ କରିବା ସହ ସରକାରଙ୍କ କୃଷକଙ୍କ ନିମନ୍ତେ ବିଭିନ୍ନ ହିତକର ଯୋଜନା କାର୍ଯ୍ୟକାରୀ କରିଛନ୍ତି ଯାହାର ସୁଫଳ ସମସ୍ତ ଚାଷୀ ପାଇବା ଆବଶ୍ୟକ ରହିଛି। ଉନ୍ନତ ଚାଷ ପ୍ରଣାଳୀ ସାଙ୍ଗକୁ ଜଳସେଚନ ନିମନ୍ତେ ସରକାରୀ ସହାୟତା ବିଜ୍ଞାନର ଉପଯୋଗ କରି କିଭଳି ଅଧିକ ଅମଳ କରିପାରିବ, ସରକାରୀ ଯୋଜନାର ଲାଭ ଉଠାଇପାରିବେ ତା ଉପରେ ସଚେତନ ହେବା ଆବଶ୍ୟକତା ରହିଛି ବୋଲି କହିଥିଲେ। ଉଦ୍ୟାନ ଉପ ନିର୍ଦ୍ଦେଶକ ମନୋଜ କୁମାର ଦାଶଙ୍କ ଅଧକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ଜିଲ୍ଲା ଜଳଛାୟା ପ୍ରକଳ୍ପ ଅଧିକାରୀ ଶୈଳେନ୍ଦ୍ର ନାୟକ, କୃଷି ସହକାରୀ ଯନ୍ତ୍ରୀ, ଜିଲ୍ଲା କୃଷି ଅଧିକାରୀ ଯୋଗଦେଇ ସୂକ୍ଷ୍ମ ଚାଷ ପଦ୍ଧତିରେ ଉଦ୍ୟାନ ଫସଲର ବିକାଶ କିଭଳି ହୋଇପାରିବ, ଉଦ୍ୟାନ କୃଷିରେ ପ୍ଲାଷ୍ଟିକର ବ୍ୟବହାର, ସିଞ୍ଚନ ଜଳ ସେଚନ, ବୁନ୍ଦା ଜଳ ସେଚନ, ସବୁଜ ଗୃହ, ପ୍ଲାଷ୍ଟିକ ଆଚ୍ଛାଦନ, ଅଣୁ ଜଳସେଚନ, ସୁରକ୍ଷିତ ଚାଷ ଏବଂ ଅମଳ ପରବର୍ତ୍ତୀ ଯତ୍ନ ପାଇଁ ପ୍ରୋତ୍ସାହନ ଉପରେ ଉପସ୍ଥିତ ଅଧିକାରୀମାନେ ଚାଷୀଙ୍କୁ ଅବଗତ କରାଇଥିଲେ।

publive-image

କର୍ମଶାଳାର ଉଦ୍‌ଯାପନି ଉତ୍ସବରେ ସହକାରୀ ଉଦ୍ୟାନ ନିର୍ଦେଶକ ରମାକାନ୍ତ ଗିରି ମୁଖ୍ୟ ଅତିଥିଭାବେ ଯୋଗ ଦେଇ କର୍ମଶାଳାର ଉଦେଶ୍ୟ ସରକାରଙ୍କ ଯୋଜନା ଉପରେ ଅବଗତ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ଜଳଛାୟା ପ୍ରକଳ୍ପର ସହକାରୀ ନିର୍ଦ୍ଦେଶକ ସୁରେଶ ପଟନାୟକ, ସହକାରୀ ଉଦ୍ୟାନ ଅଧିକାରୀ ଜ୍ଞାନରଞ୍ଜନ ରାଉତ ଉଦଯାପିତ ଉତ୍ସବରେ ଧନ୍ୟବାଦ ପ୍ରଦାନ କରିଥିବା ବେଳେ ପ୍ରମୋଦ କୁମାର ଶବର, ଲିପସା ରାଣୀ ଦଳବେହେରା ସହଯୋଗ କରିଥିଲେ। ଉକ୍ତ କର୍ମଶାଳା କୁ ଘୁ.ଉଦୟଗିରି ସହକାରୀ ଉଦ୍ୟାନ ଅଧିକାରୀ ମନୋରଞ୍ଜନ ପଣ୍ଡା ପରିଚାଳନା କରିଥିଲେ। ଜଳଛାୟା ପ୍ରକଳ୍ପ କ୍ଷେତ୍ର କର୍ମଚାରୀ ଏବଂ ଉଦ୍ୟାନ ବିଭାଗର କ୍ଷେତ୍ର କର୍ମଚାରୀମାନେ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe