ଯାଜପୁର ଜିଲ୍ଲାରେ ରାସନ ଦୁର୍ନୀତି : ବିଡିଓଙ୍କ ପରେ ଜିଲ୍ଲା ଯୋଗାଣ ଅଧିକାରୀ ବଦଳିଲେ

Advertisment
ଯାଜପୁର ଜିଲ୍ଲାରେ ରାସନ ଦୁର୍ନୀତି : ବିଡିଓଙ୍କ ପରେ ଜିଲ୍ଲା ଯୋଗାଣ ଅଧିକାରୀ ବଦଳିଲେ

Patrika

ଯାଜପୁର : ଯାଜପୁର ଜିଲ୍ଲାର ରାସନ ଦୁର୍ନୀତିକୁ ନେଇ ହଇଚଇ ସୃଷ୍ଟି ହେବାପରେ ସପ୍ତାହକ ମଧ୍ୟରେ ଦୁଇଜଣଙ୍କୁ ବଦଳି କରାଯାଇଛି। ପୂର୍ବରୁ ସତ୍ୟପାଠରେ ମିଥ୍ୟା ତଥ୍ୟ ଦେଇ ବିବାଦରେ ଛନ୍ଦି ‌ହୋଇଥିବା ଧର୍ମଶାଳା ବିଡିଓ ସ୍ମିତା ରଥଙ୍କୁ ବଦଳି କରାଯାଇଥିଲା। ଆଜି ‌ଯୋଗାଣ ଅଧିକାରୀ ସୁରେନ୍ଦ୍ର ହୋତାଙ୍କୁ ଅନୁଗୁଳ ଜିଲ୍ଲାକୁ ବଦଳି କରାଯାଇଛି। ଅନ୍ୟପକ୍ଷରେ, ରାସନରୁ ବଞ୍ଚିତ ଲୋକେ ଏବେ ଭିଜିଲାନ୍‌ସ, କ୍ରାଇମବ୍ରାଞ୍ଚ ଓ ପୁଲିସରେ ଏତଲା ଦେବା ଆରମ୍ଭ କରିଛନ୍ତି।

କରୋନା ସମୟରେ ଯାଜପୁର ଜିଲ୍ଲାର ରାସନ୍‌ ଦୁର୍ନୀତିକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା। ଜିଲ୍ଲା ଅନ୍ତର୍ଗତ ଧର୍ମଶାଳା ବ୍ଲକ୍‌ରେ ହୋଇଥିବା ଦୁର୍ନୀତିକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ମାନ୍ୟବର ହାଇକୋର୍ଟ ଗତ ୩ ତାରିଖରେ ମାମଲାର ରାୟ ପ୍ରକାଶ କରି ସମସ୍ତ ହିତାଧିକାରୀଙ୍କୁ ରାସନ୍‌ ଦେବା ସହ ୬ ସପ୍ତାହ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟ ନିର୍ଦ୍ଦେଶକୁ ୨ ସପ୍ତାହ ବିତିଥିବାବେଳେ ହିତାଧିକାରୀ ରାସନ୍‌ ପାଇନାହାନ୍ତି। ତେବେ ଏହି ମାମଲାରେ ପକ୍ଷଭୁକ୍ତ ଥିବା ଧର୍ମଶାଳା ବିଡିଓ ସ୍ମିତା ରଥଙ୍କୁ ବୌଦ୍ଧ ଜିଲ୍ଲାକୁ ବଦଳି କରାଯାଇଥିବା ବେଳେ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ହୋତାଙ୍କୁ ଅନୁଗୁଳ ଜିଲ୍ଲାକୁ ବଦଳି ହୋଇଛି। ଅପରପକ୍ଷରେ, ଜିଲ୍ଲାରେ ୮୫୯୫ ପଡ଼ିକାର୍ଡଧାରୀ ପରିବାରକୁ ଏବେ ବି ଯୋଗାଣ ବିଭାଗ ଖୋଜି ପାରିନଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe