ଆପଣଙ୍କ ଜିଲ୍ଲାର ଏତିକି ପିଲା ପାଇଛନ୍ତି ଏ-୧ ଗ୍ରେଡ଼

Advertisment
ପିଲାଙ୍କ ଉପରୁ କମିବ ପରୀକ୍ଷା ଚାପ: ୯ମରୁ ଦ୍ବାଦଶ ମଧ୍ୟରେ ୮ ପରୀକ୍ଷା

Education Bytes

କଟକ: ଆଜି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି | ଏଥର ୫ ଲକ୍ଷ ୨୬ ହଜାର ୮୧୮ ପିଲା ପରୀକ୍ଷା ଦେଇଥିବାବେଳେ ଏମାନଙ୍କ ମଧ୍ୟରୁ ୯୦.୫୫ ପ୍ରତିଶତ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି | ଏ-୧ ଗ୍ରେଡରେ ୮୧୧୯ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବାବେଳେ, ଏ-୨ରେ ୫୪ ହଜାର ୮୮୯ ଜଣ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି | ତେବେ ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ୧୫୦୩ ଜଣ ଏ-୧ ଗ୍ରେଡ଼ ପାଇଥିବାବେଳେ ଏହା ତଳକୁ କଟକରେ(୯୪୯ଜଣ), ପୁରୀରେ(୭୮୨ଜଣ) ଏ-୧ ଗ୍ରେଡ଼ ପାଇଛନ୍ତି |

ସେହିପରି ଜଗତସିଂହପୁରରେ (୨୧୪ଜଣ), କେନ୍ଦ୍ରାପଡାରେ(୨୫୩ଜଣ), ଯାଜପୁରରେ ୪୭୧ଜଣ, ଅନୁଗୁଳରେ ୨୪୦ ଜଣ, ଢେଙ୍କାନାଳରେ ୧୭୦ଜଣ, ଖୋର୍ଦ୍ଧାରେ ୬୩୦ଜଣ, ନୟାଗଡରେ ୨୨୪ ଜଣ, ଭଦ୍ରକରେ ୩୨୯ଜଣ, କେଉଁଝରରେ ୩୦୧ଜଣ, ମୟୁରଭଞ୍ଜରେ ୨୩୨ଜଣ, ଗଜପତିରେ ୭ ଜଣ, ଗଞ୍ଜାମରେ ୬୨୧ ଜଣ, ବୌଦ୍ଧରେ ୨୧ଜଣ, କନ୍ଧମାଳରେ ୨୬ ଜଣ, କଳାହାଣ୍ଡିରେ ୬୧ଜଣ, ନୂଆପଡାରେ ୩ ଜଣ, ବରଗଡରେ ୨୭୯ଜଣ ଏ-୧ ଗ୍ରେଡ଼ ପାଇଛନ୍ତି |

ସମ୍ବଲପୁରରେ ୯୫ଜଣ, ଦେବଗଡରେ ୬୦ଜଣ, ଝାରସୁଗୁଡ଼ାରେ ୭୯ଜଣ, ବଲାଙ୍ଗୀରରେ ୧୧୪ଜଣ, ସୁବର୍ଣ୍ଣପୁରରେ ୯୧ଜଣ, ସୁନ୍ଦରଗଡରେ ୧୮୦ଜଣ, କୋରାପୁଟରେ ୩୦ଜଣ, ମାଲକାନଗିରିରେ ୨୦ଜଣ, ନବରଙ୍ଗପୁରରେ ୮୮ଜଣ, ରାୟଗଡାରେ ୪୬ଜଣ ଏ-୧ ଗ୍ରେଡ଼ ପାଇଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe