କଟକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ଟପିଲା, ଜାଣନ୍ତୁ ଓଡ଼ିଶାର କେଉଁ ଜିଲ୍ଲାରେ ଏଯାଏଁ କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି

କଟକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ଟପିଲା, ଜାଣନ୍ତୁ ଓଡ଼ିଶାର କେଉଁ ଜିଲ୍ଲାରେ ଏଯାଏଁ କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି

ଭୁବନେଶ୍ବର: ରାଜ୍ୟରେ ଆଜି ସର୍ବାଧିକ ୨୨୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୭୨୩କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏମାନଙ୍କ ଭିତରୁ ୨୯ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୧୯୬ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୧୬ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି।
publive-image
ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୬୭୮, ଯାଜପୁରରେ ୩୨୯ , ଖୋର୍ଦ୍ଧାରେ ୩୩୪, ବାଲେଶ୍ବରରେ ୨୦୪, କଟକରେ ୩୧୧, ପୁରୀରେ ୧୪୮, କେନ୍ଦ୍ରାପଡ଼ାରେ ୧୭୫, ଅନୁଗୁଳରେ ୪୦, ଦେବଗଡ଼ରେ ୪୦ , ଭଦ୍ରକରେ ୧୫୭, ନୟାଗଡ଼ରେ ୧୦୮, ଜଗତସିଂହପୁରରେ ୧୪୩, ସୁନ୍ଦରଗଡ଼ରେ ୧୨୩, ନୂଆପଡ଼ାରେ ୭୪, ବଲାଙ୍ଗୀରରେ ୧୪୧, ବୌଦ୍ଧରେ ୩୮, କେନ୍ଦୁଝରରେ ୫୯, ମାଲକାନଗିରିରେ ୨୫, ମୟୂରଭଞ୍ଜରେ ୧୦୮, କଳାହାଣ୍ଡିରେ ୪୧, କନ୍ଧମାଳରେ ୬୭, ଗଜପତିରେ ୮୪, କୋରାପୁଟରେ ୧୭, ଢେଙ୍କାନାଳରେ ୪୯, ଝାରସୁଗୁଡ଼ାରେ ୧୫, ସମ୍ବଲପୁରରେ ୨୩ରେ ପହଞ୍ଚିଛି। ଅପରପକ୍ଷରେ ବରଗଡ଼ରେ ୧୮, ସୁବର୍ଣ୍ଣପୁର ଜିଲ୍ଲାରେ ୨୯ ଏବଂ ନବରଙ୍ଗପୁର ଜିଲ୍ଲାରେ ୨ଜଣ ଓ ରାୟଗଡ଼ା ଜିଲ୍ଲାରେ ୭ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ବି ଗଞ୍ଜାମ ଜିଲ୍ଲା ସଂକ୍ରମିତଙ୍କ ସଂଖ୍ୟାରେ ଶୀର୍ଷରେ ରହିଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯାଇଛି।
ଏବେ ରାଜ୍ୟରେ ମୋଟ୍ ୨୩୫୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୩୧ ରହିଛି।
ଅପରପକ୍ଷରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। କରୋନା ବ୍ୟତୀତ ଅନ୍ୟ ରୋଗରେ ତିନି ପୀଡ଼ିତଙ୍କର ବି ମୃତ୍ୟୁ ଘଟିଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe