ରାଜ୍ୟରେ ମୋଟ କରୋନା ପଜିଟିଭ୍ ଚିହ୍ନଟଙ୍କ ସଂଖ୍ୟା ୧୧୦୩, ଜାଣନ୍ତୁ କେଉଁ ଜିଲ୍ଲାରେ ଅଛନ୍ତି କେତେ ଆକ୍ରାନ୍ତ

ରାଜ୍ୟରେ ମୋଟ କରୋନା ପଜିଟିଭ୍ ଚିହ୍ନଟଙ୍କ ସଂଖ୍ୟା ୧୧୦୩, ଜାଣନ୍ତୁ କେଉଁ ଜିଲ୍ଲାରେ ଅଛନ୍ତି କେତେ ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୫୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ପୁରୀରୁ ଜଣେ ଓ କଳାହାଣ୍ଡି ଜିଲ୍ଲାରୁ ଆଜି ୧୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଠିକ୍ ସେହିପରି ଗଞ୍ଜାମ ଜିଲ୍ଲାରୁ ୪, ଯାଜପୁର ଜିଲ୍ଲାରୁ ୫, ସମ୍ବଲପୁର ଜିଲ୍ଲାରୁ ୨. ମୟୂରଭଞ୍ଜ ଜିଲ୍ଲାରୁ ୩, ନୟାଗଡ଼ ଜିଲ୍ଲାରୁ ୧୧, ଜଗତସିଂହପୁରରୁ ୨, ଅନୁଗୁଳ ଜିଲ୍ଲାରୁ ୨ ଓ କଟକ ଜିଲ୍ଲାରୁ ୯ ଜଣ ନୂଆ ଆକ୍ରାନ୍ତ ଠାବ ହୋଇଥିବା ଜଣାଯାଇଛି। ଆଜି ବି ମାଲକାନଗିରି ଜିଲ୍ଲାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି।

ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ ଅଛନ୍ତି କେତେ ଆକ୍ରାନ୍ତ।
ଏବେ ଗଞ୍ଜାମ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧୭ରେ ପହଞ୍ଚିଛି । ଏହି ସଂଖ୍ୟା ଯାଜପୁର ଜିଲ୍ଲାରେ ଦ୍ୱିତୀୟ ସର୍ବାଧିକ ୧୭୯, ବାଲେଶ୍ୱର ଜିଲ୍ଲାରେ ୧୨୨, ଭଦ୍ରକ ଜିଲ୍ଲାରେ ୯୫, ଖୋର୍ଦ୍ଧା ଜିଲ୍ଲାରେ ୭୧,  କେନ୍ଦ୍ରାପଡ଼ା ଜିଲ୍ଲାରେ ୪୦, ସୁନ୍ଦରଗଡ଼ ଜିଲ୍ଲାରେ ୨୭, ପୁରୀ ଜିଲ୍ଲାରେ ୪୫, ଅନୁଗୁଳ ଜିଲ୍ଲାରେ ୧୯, ମୟୂରଭଞ୍ଜ ଜିଲ୍ଲାରେ ୧୪ , କଳାହାଣ୍ଡି ଜିଲ୍ଲାରୁ ୧୩, କେନ୍ଦୁଝର ଜିଲ୍ଲାରେ ୮, କଟକ ଜିଲ୍ଲାରେ ୪୫, ବଲାଙ୍ଗୀର ଜିଲ୍ଲାରେ ୬, ନୟାଗଡ଼ ଜିଲ୍ଲାରେ ୨୧ ଜଣ, ଜଗତସିଂହପୁର ଜିଲ୍ଲାରେ ୩୦ ଜଣ, ବୌଦ୍ଧ ଜିଲ୍ଲାରେ ୩୩, ସମ୍ବଲପୁର ଜିଲ୍ଲାରେ ୫, କନ୍ଧମାଳ ଜିଲ୍ଲାରେ ୩, ମାଲକାନଗିରି ଜିଲ୍ଲାରେ ୩, ଦେବଗଡ଼, ଝାରସୁଗୁଡ଼ା ଓ ଢେଙ୍କାନାଳ ଜିଲ୍ଲାରେ ୨ରେ ପହଞ୍ଚିଛି ।

ଏତଦ ବ୍ୟତୀତ କୋରାପୁଟ ଜିଲ୍ଲାରେ ଜଣେ  କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe