ଆକ୍ରାନ୍ତଙ୍କ ସଂଖ୍ୟାରେ ଯାଜପୁରକୁ ଟପିଲା କଟକ ଜିଲ୍ଲା, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି

ଆକ୍ରାନ୍ତଙ୍କ ସଂଖ୍ୟାରେ ଯାଜପୁରକୁ ଟପିଲା କଟକ ଜିଲ୍ଲା, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୧୪୬ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୦୫୫କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏମାନଙ୍କ ଭିତରୁ ୧୮ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୧୨୮ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୧୫ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି।

ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୬୯୦, କଟକ ଜିଲ୍ଲାରେ ୩୪୨, ଯାଜପୁରରେ ୩୪୧ , ବାଲେଶ୍ବରରେ ୨୧୨, ପୁରୀରେ ୧୫୫, କେନ୍ଦ୍ରାପଡ଼ାରେ ୧୭୬, ଅନୁଗୁଳରେ ୪୭, ଖୋର୍ଦ୍ଧାରେ ୩୬୨, ଦେବଗଡ଼ରେ ୫୦ , ଭଦ୍ରକରେ ୧୭୭, ନୟାଗଡ଼ରେ ୧୧୨, ଜଗତସିଂହପୁରରେ ୧୫୮, ସୁନ୍ଦରଗଡ଼ରେ ୧୩୦, ନୂଆପଡ଼ାରେ ୭୪, ବଲାଙ୍ଗୀରରେ ୧୪୩, ବୌଦ୍ଧରେ ୩୮, କେନ୍ଦୁଝରରେ ୭୦, ମାଲକାନଗିରିରେ ୨୬, ମୟୂରଭଞ୍ଜରେ ୧୨୧, କଳାହାଣ୍ଡିରେ ୫୭, କନ୍ଧମାଳରେ ୧୩୭, ଗଜପତିରେ ୯୯, କୋରାପୁଟରେ୧୭, ଢେଙ୍କାନାଳରେ ୫୨, ଝାରସୁଗୁଡ଼ାରେ ୧୮, ସମ୍ବଲପୁରରେ ୨୪ରେ ପହଞ୍ଚିଛି।

publive-image

ଅପରପକ୍ଷରେ ବରଗଡ଼ରେ ୩୪, ସୁବର୍ଣ୍ଣପୁର ଜିଲ୍ଲାରେ ୩୧ ଏବଂ ନବରଙ୍ଗପୁର ଜିଲ୍ଲାରେ୨ଜଣ ଓ ରାୟଗଡ଼ା ଜିଲ୍ଲାରେ ୧୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ବି ଗଞ୍ଜାମ ଜିଲ୍ଲା ସଂକ୍ରମିତଙ୍କ ସଂଖ୍ୟାରେ ଶୀର୍ଷରେ ରହିଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯାଇଛି।
ଏବେ ରାଜ୍ୟରେ ମୋଟ୍ ୨୭୦୮ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୩୩ ରହିଛି।ଅପରପକ୍ଷରେ ୧୧ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। କରୋନା ବ୍ୟତୀତ ଅନ୍ୟ ରୋଗରେ ତିନିପୀଡ଼ିତଙ୍କର ବି ମୃତ୍ୟୁ ଘଟିଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe