୪୦୦ ଛୁଇଁଲା ଯାଜପୁର, ଜାଣନ୍ତୁ କେଉଁ ଜିଲ୍ଲାରେ ଏଯାବତ୍ କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି

୪୦୦ ଛୁଇଁଲା ଯାଜପୁର, ଜାଣନ୍ତୁ କେଉଁ ଜିଲ୍ଲାରେ ଏଯାବତ୍ କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୨୧୦ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୯୬୨କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏମାନଙ୍କ ଭିତରୁ ୩୬ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୧୭୪ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୧୮ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି।

publive-image
ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ କେତେଜଣ ଆକ୍ରାନ୍ତ ଅଛନ୍ତି। ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୦୮୮, ଖୋର୍ଦ୍ଧାରେ ୭୩୫, କଟକରେ ୫୧୦, ଯାଜପୁରରେ ୪୦୧, ଗଜପତିରେ ୩୮୪ ବାଲେଶ୍ବରରେ ୩୨୫, ଜଗତସିଂହପୁର ଜିଲ୍ଲାରେ ୨୩୯, ପୁରୀରେ ୨୩୨, କେନ୍ଦ୍ରାପଡ଼ାରେ ୨୨୩, ଭଦ୍ରକ ଜିଲ୍ଲାରେ ୨୦୦, କନ୍ଧମାଳରେ୧୭୬, ମୟୂରଭଞ୍ଜରେ ୧୭୨, ସୁନ୍ଦରଗଡ଼ରେ ୧୭୦, ବଲାଙ୍ଗୀରରେ ୧୬୫, ନୟାଗଡ଼ରେ ୧୩୫, କେନ୍ଦୁଝରରେ ୧୦୫, ନୂଆପଡ଼ାରେ ୭୯, ଝାରସୁଗୁଡ଼ାରେ ୭୬, ଢେଙ୍କାନାଳରେ ୭୩, କଳାହାଣ୍ଡିରେ ୭୦, , ବରଗଡ଼ ଜିଲ୍ଲାରେ ୬୮, ଅନୁଗୁଳରେ ୫୮, ମାଲକାନଗିରିରେ ୫୩, ସମ୍ବଲପୁରରେ ୪୫, ଦେବଗଡ଼ରେ ୪୨ , ବୌଦ୍ଧରେ ୪୦, ସୁବର୍ଣ୍ଣପୁର ଜିଲ୍ଲାରେ ୩୫, କୋରାପୁଟରେ୨୬, ରାୟଗଡ଼ା ଜିଲ୍ଲାରେ ୨୨ ଓ ନବରଙ୍ଗପୁର ଜିଲ୍ଲାରେ ୧୫ରେ ପହଞ୍ଚିଛି।

ଏବେ ରାଜ୍ୟରେ ମୋଟ୍ ୪୧୨୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮୧୫ ରହିଛି। ଅପରପକ୍ଷରେ ୧୭ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। କରୋନା ବ୍ୟତୀତ ଅନ୍ୟ ରୋଗରେ ୭ ପୀଡ଼ିତଙ୍କର ବି ମୃତ୍ୟୁ ଘଟିଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe