୪୦୦ ପାର୍ କଲା ଗଜପତି, ଜାଣନ୍ତୁ କେଉଁ ଜିଲ୍ଲାରେ ଏଯାବତ୍ କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି

୪୦୦ ପାର୍ କଲା ଗଜପତି, ଜାଣନ୍ତୁ କେଉଁ ଜିଲ୍ଲାରେ ଏଯାବତ୍ କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୨୧୮ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୧୮୦କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏମାନଙ୍କ ଭିତରୁ ୨୦ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୧୯୮ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୨୧ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଏମାନଙ୍କ ଭିତରେ ୭ଜଣ ଅମ୍ଫାନ ବାତ୍ୟାର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ପଶ୍ଚିମବଙ୍ଗ ଫେରନ୍ତା ଏନଡିଆରଏଫ୍ କର୍ମଚାରୀ ଅଛନ୍ତି।

publive-image
ଆଜି ୨୧ଟି ଜିଲ୍ଲାରୁ ୨୧୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ କେତେଜଣ ଆକ୍ରାନ୍ତ ଅଛନ୍ତି। ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୧୩୭, ଖୋର୍ଦ୍ଧାରେ ୭୫୨, କଟକରେ ୫୨୨, ଗଜପତିରେ ୪୧୧, ଯାଜପୁରରେ ୪୦୨, ବାଲେଶ୍ବରରେ ୩୩୨, ଜଗତସିଂହପୁର ଜିଲ୍ଲାରେ ୨୬୮, ପୁରୀରେ ୨୪୨, କେନ୍ଦ୍ରାପଡ଼ାରେ ୨୨୯, ଭଦ୍ରକ ଜିଲ୍ଲାରେ ୨୨୫, ସୁନ୍ଦରଗଡ଼ରେ ୧୮୧, କନ୍ଧମାଳରେ୧୭୭, ମୟୂରଭଞ୍ଜରେ ୧୮୧, , ବଲାଙ୍ଗୀରରେ ୧୬୫, ନୟାଗଡ଼ରେ ୧୩୫, କେନ୍ଦୁଝରରେ ୧୦୭, ନୂଆପଡ଼ାରେ ୮୧, ଝାରସୁଗୁଡ଼ାରେ ୮୦, ଢେଙ୍କାନାଳରେ ୭୩, କଳାହାଣ୍ଡିରେ ୭୦, ବରଗଡ଼ ଜିଲ୍ଲାରେ ୬୮, ଅନୁଗୁଳରେ ୫୯, ମାଲକାନଗିରିରେ ୫୩, ସମ୍ବଲପୁରରେ ୪୭, ଦେବଗଡ଼ରେ ୪୨, ବୌଦ୍ଧରେ ୪୧, ସୁବର୍ଣ୍ଣପୁର ଜିଲ୍ଲାରେ ୩୫, କୋରାପୁଟରେ୨୭, ରାୟଗଡ଼ା ଜିଲ୍ଲାରେ ୨୨ ଓ ନବରଙ୍ଗପୁର ଜିଲ୍ଲାରେ ୧୬ରେ ପହଞ୍ଚିଛି।

ଏବେ ରାଜ୍ୟରେ ମୋଟ୍ ୪୨୯୧ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮୬୫ ରହିଛି। ଅପରପକ୍ଷରେ ୧୭ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। କରୋନା ବ୍ୟତୀତ ଅନ୍ୟ ରୋଗରେ ୭ ପୀଡ଼ିତଙ୍କର ବି ମୃତ୍ୟୁ ଘଟିଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe