ଗଞ୍ଜାମରେ ସଂକ୍ରମିତଙ୍କ ସଂଖ୍ୟା ୧୨୭୧, ଜାଣନ୍ତୁ କେଉଁ ଜିଲ୍ଲାରେ ଏଯାବତ୍ କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି

ଗଞ୍ଜାମରେ ସଂକ୍ରମିତଙ୍କ ସଂଖ୍ୟା ୧୨୭୧, ଜାଣନ୍ତୁ କେଉଁ ଜିଲ୍ଲାରେ ଏଯାବତ୍ କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୨୬୪ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୬୧୪କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏମାନଙ୍କ ଭିତରୁ ୩୦ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୨୩୪ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି।
ଆଜି ୨୩ଟି ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ କେତେଜଣ ଆକ୍ରାନ୍ତ ଅଛନ୍ତି। ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୨୭୧, ଖୋର୍ଦ୍ଧାରେ ୭୮୬, କଟକରେ ୫୪୯, ଗଜପତିରେ ୪୨୮, ଯାଜପୁରରେ ୪୪୬, ବାଲେଶ୍ବରରେ ୩୪୪, ଜଗତସିଂହପୁର ଜିଲ୍ଲାରେ ୨୭୨, ପୁରୀରେ ୨୫୫, କେନ୍ଦ୍ରାପଡ଼ାରେ ୨୩୫, ଭଦ୍ରକ ଜିଲ୍ଲାରେ ୨୨୬, ସୁନ୍ଦରଗଡ଼ରେ ୧୮୫, କନ୍ଧମାଳରେ୧୭୮, ମୟୂରଭଞ୍ଜରେ ୧୯୬, ବଲାଙ୍ଗୀରରେ ୧୬୭, ନୟାଗଡ଼ରେ ୧୪୦, କେନ୍ଦୁଝରରେ ୧୩୨, ନୂଆପଡ଼ାରେ ୮୨, ଝାରସୁଗୁଡ଼ାରେ ୯୮, ଢେଙ୍କାନାଳରେ ୭୩, କଳାହାଣ୍ଡିରେ ୭୧, ବରଗଡ଼ ଜିଲ୍ଲାରେ ୮୭, ଅନୁଗୁଳରେ ୬୩, ମାଲକାନଗିରିରେ ୬୦, ସମ୍ବଲପୁରରେ ୫୦, ଦେବଗଡ଼ରେ ୪୨, ବୌଦ୍ଧରେ ୪୧, ସୁବର୍ଣ୍ଣପୁର ଜିଲ୍ଲାରେ ୩୫, କୋରାପୁଟରେ୨୯, ରାୟଗଡ଼ା ଜିଲ୍ଲାରେ ୩୮ ଓ ନବରଙ୍ଗପୁର ଜିଲ୍ଲାରେ ୩୫ରେ ପହଞ୍ଚିଛି।

ଏବେ ରାଜ୍ୟରେ ମୋଟ୍ ୪୬୦୬ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯୮୦ ରହିଛି। ଅପରପକ୍ଷରେ ୨୧ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। କରୋନା ବ୍ୟତୀତ ଅନ୍ୟ ରୋଗରେ ୭ ପୀଡ଼ିତଙ୍କର ବି ମୃତ୍ୟୁ ଘଟିଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe