ଯାଜପୁର ପାର୍ କଲା ୫୦୦, ଜାଣନ୍ତୁ ଏଯାବତ୍ କେଉଁ ଜିଲ୍ଲାରେ କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି

ଆପଣଙ୍କ ଜିଲ୍ଲାରେ କେତେ କରୋନା ପଜିଟିଭ ଅଛନ୍ତି ଜାଣନ୍ତୁ

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୨୦୬ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୦୬୫କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏମାନଙ୍କ ଭିତରୁ ୧୪ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୧୯୨ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଏମାନଙ୍କ ଭିତରେ ଜଣେ ଅମ୍ଫାନ ବାତ୍ୟାର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ପଶ୍ଚିମବଙ୍ଗ ଫେରନ୍ତା କର୍ମଚାରୀ ଥିବା ଜଣାଯାଇଛି।

publive-image

ଆଜି ୨୨ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ କେତେଜଣ ଆକ୍ରାନ୍ତ ଅଛନ୍ତି।  ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୩୭୦, ଖୋର୍ଦ୍ଧାରେ ୮୨୧, କଟକରେ ୫୭୫, ଗଜପତିରେ ୪୩୫, ଯାଜପୁରରେ ୫୧୪, ବାଲେଶ୍ବରରେ ୩୫୧, ଜଗତସିଂହପୁର ଜିଲ୍ଲାରେ ୨୯୮, ପୁରୀରେ ୨୫୬, କେନ୍ଦ୍ରାପଡ଼ାରେ ୨୪୭, ଭଦ୍ରକ ଜିଲ୍ଲାରେ ୨୩୨, ସୁନ୍ଦରଗଡ଼ରେ ୧୯୩, ବଲାଙ୍ଗୀରରେ ୧୮୩, କନ୍ଧମାଳରେ୧୭୮, ମୟୂରଭଞ୍ଜରେ ୨୦୮, ନୟାଗଡ଼ରେ ୧୪୪, କେନ୍ଦୁଝରରେ ୧୪୫, ନୂଆପଡ଼ାରେ ୮୨, ଝାରସୁଗୁଡ଼ାରେ ୧୦୩, ଢେଙ୍କାନାଳରେ ୮୦, କଳାହାଣ୍ଡିରେ ୭୧, ବରଗଡ଼ ଜିଲ୍ଲାରେ ୯୭, ଅନୁଗୁଳରେ ୬୯, ମାଲକାନଗିରିରେ ୯୬, ସମ୍ବଲପୁରରେ ୫୪, ଦେବଗଡ଼ରେ ୫୭, ବୌଦ୍ଧରେ ୪୨, ସୁବର୍ଣ୍ଣପୁର ଜିଲ୍ଲାରେ ୩୬, କୋରାପୁଟରେ ୪୭, ରାୟଗଡ଼ା ଜିଲ୍ଲାରେ ୩୯ ଓ ନବରଙ୍ଗପୁର ଜିଲ୍ଲାରେ ୪୨ରେ ପହଞ୍ଚିଛି।

ଏବେ ରାଜ୍ୟରେ ମୋଟ୍ ୪୯୪୬ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦୮୭ ରହିଛି। ଅପରପକ୍ଷରେ ୨୫ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। କରୋନା ବ୍ୟତୀତ ଅନ୍ୟ ରୋଗରେ ୭ ପୀଡ଼ିତଙ୍କର ବି ମୃତ୍ୟୁ ଘଟିଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe