ଦେଢ଼ ହଜାର ପାର୍ କଲା ଗଞ୍ଜାମ, ଜାଣନ୍ତୁ ଏଯାବତ୍ କେଉଁ ଜିଲ୍ଲାରେ କେତେ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି

କଟକ ପାର୍ କଲା ୭୦୦, ଜାଣନ୍ତୁ ଏଯାବତ୍ କେଉଁ ଜିଲ୍ଲାରେ କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୨୨୯ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୫୪୫କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୩୬ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୧୯୩ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି।

publive-image
ଆଜି ୧୯ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ କେତେଜଣ ଆକ୍ରାନ୍ତ ଅଛନ୍ତି। ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୫୬୭, ଖୋର୍ଦ୍ଧାରେ ୮୬୮, କଟକରେ ୬୨୦, ଗଜପତିରେ ୪୪୨, ଯାଜପୁରରେ ୫୩୭, ବାଲେଶ୍ବରରେ ୩୭୭, ଜଗତସିଂହପୁର ଜିଲ୍ଲାରେ ୨୯୯, ପୁରୀରେ ୨୭୨, କେନ୍ଦ୍ରାପଡ଼ାରେ ୨୫୧, ଭଦ୍ରକ ଜିଲ୍ଲାରେ ୨୩୨, ସୁନ୍ଦରଗଡ଼ରେ ୨୧୭, ବଲାଙ୍ଗୀରରେ ୧୯୪, କନ୍ଧମାଳରେ୧୭୮, ମୟୂରଭଞ୍ଜରେ ୨୧୫, ନୟାଗଡ଼ରେ ୧୪୪, କେନ୍ଦୁଝରରେ ୧୪୬, ନୂଆପଡ଼ାରେ ୮୨, ଝାରସୁଗୁଡ଼ାରେ ୧୧୮, ଢେଙ୍କାନାଳରେ ୮୦, କଳାହାଣ୍ଡିରେ ୭୧, ବରଗଡ଼ ଜିଲ୍ଲାରେ ୧୧୦, ଅନୁଗୁଳରେ ୭୧, ମାଲକାନଗିରିରେ ୧୦୬, ସମ୍ବଲପୁରରେ ୫୬, ଦେବଗଡ଼ରେ ୬୨, ବୌଦ୍ଧରେ ୪୫, ସୁବର୍ଣ୍ଣପୁର ଜିଲ୍ଲାରେ ୩୬, କୋରାପୁଟରେ ୪୮, ରାୟଗଡ଼ା ଜିଲ୍ଲାରେ ୩୯ ଓ ନବରଙ୍ଗପୁର ଜିଲ୍ଲାରେ ୪୨ରେ ପହଞ୍ଚିଛି।
ଏବେ ରାଜ୍ୟରେ ମୋଟ୍ ୫୩୫୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧୫୭ ରହିଛି।
ଅପରପକ୍ଷରେ ୨୭ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। କରୋନା ବ୍ୟତୀତ ଅନ୍ୟ ରୋଗରେ ୮ ପୀଡ଼ିତଙ୍କର ବି ମୃତ୍ୟୁ ଘଟିଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe