୮ଶହ ଟପିଲା କଟକ, ଜାଣନ୍ତୁ କେଉଁ ଜିଲ୍ଲାରେ ଏଯାବତ୍ କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି

୮ଶହ ଟପିଲା କଟକ, ଜାଣନ୍ତୁ କେଉଁ ଜିଲ୍ଲାରେ ଏଯାବତ୍  କେତେଜଣ କରୋନା ପଜିଟିଭ୍  ଚିହ୍ନଟ ହୋଇଛନ୍ତି

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୪୬୯ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦୭୦କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏମାନଙ୍କ ଭିତରୁ ୧୫୨ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୩୧୭ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୨୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି।

publive-image

ଏବେ ଆସନ୍ତୁ ଜାଣିବା ଏଯାବତ୍ କେଉଁ ଜିଲ୍ଲାରେ କେତେଜଣ ଆକ୍ରାନ୍ତ ଅଛନ୍ତି। ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୨୧୮୨ ଥିବା ବେଳେ ଖୋର୍ଦ୍ଧାରେ ୯୭୧, କଟକରେ ୮୧୩, ଗଜପତିରେ ୪୬୧, ଯାଜପୁରରେ ୫୬୬, ବାଲେଶ୍ବରରେ ୩୯୮, ଜଗତସିଂହପୁର ଜିଲ୍ଲାରେ ୩୧୭, ପୁରୀରେ ୨୯୯, କେନ୍ଦ୍ରାପଡ଼ାରେ ୨୬୯, ଭଦ୍ରକ ଜିଲ୍ଲାରେ ୨୬୧, ସୁନ୍ଦରଗଡ଼ରେ ୩୨୨, ବଲାଙ୍ଗୀରରେ ୨୧୬, କନ୍ଧମାଳରେ୧୮୭, ମୟୂରଭଞ୍ଜରେ ୨୫୯, ନୟାଗଡ଼ରେ ୧୮୮, କେନ୍ଦୁଝରରେ ୧୮୨, ନୂଆପଡ଼ାରେ ୮୨, ଝାରସୁଗୁଡ଼ାରେ ୧୨୮, ଢେଙ୍କାନାଳରେ ୮୪, କଳାହାଣ୍ଡିରେ ୭୬, ବରଗଡ଼ ଜିଲ୍ଲାରେ ୧୩୩, ଅନୁଗୁଳରେ ୧୦୬, ମାଲକାନଗିରିରେ ୧୧୨, ସମ୍ବଲପୁରରେ ୮୩, ଦେବଗଡ଼ରେ ୬୨, ବୌଦ୍ଧରେ ୪୫, ସୁବର୍ଣ୍ଣପୁର ଜିଲ୍ଲାରେ ୩୯, କୋରାପୁଟରେ ୫୭, ରାୟଗଡ଼ା ଜିଲ୍ଲାରେ ୧୧୫ ଓ ନବରଙ୍ଗପୁର ଜିଲ୍ଲାରେ ୫୫ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା।
ଏଣେ ରାଜ୍ୟରେ ମୋଟ୍ ୫୯୩୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦୯୦ ରହିଛି। ଅପରପକ୍ଷରେ ୩୬ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। କରୋନା ବ୍ୟତୀତ ଅନ୍ୟ ରୋଗରେ ୧୦ ପୀଡ଼ିତଙ୍କର ବି ମୃତ୍ୟୁ ଘଟିଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe