୩ ଶହ ଟପିଲା ପୁରୀ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେଜଣ କରୋନା ପଜିଟିଭ୍ ଏଯାବତ୍ ଚିହ୍ନଟ ହୋଇଛନ୍ତି

୩ ଶହ ଟପିଲା ପୁରୀ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେଜଣ କରୋନା ପଜିଟିଭ୍ ଏଯାବତ୍ ଚିହ୍ନଟ ହୋଇଛନ୍ତି

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୪୫୬ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୫୨୬କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏମାନଙ୍କ ଭିତରୁ ୧୪୭ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୩୦୯ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୨୪ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି।

publive-image

ଏବେ ଆସନ୍ତୁ ଜାଣିବା ଏଯାବତ୍ କେଉଁ ଜିଲ୍ଲାରେ କେତେଜଣ ଆକ୍ରାନ୍ତ ଅଛନ୍ତି। ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୨୩୪୮ ଥିବା ବେଳେ ଖୋର୍ଦ୍ଧାରେ ୯୯୨, କଟକରେ ୮୨୬, ଗଜପତିରେ ୪୬୨, ଯାଜପୁରରେ ୬୨୩, ବାଲେଶ୍ବରରେ ୪୧୨, ଜଗତସିଂହପୁର ଜିଲ୍ଲାରେ ୩୪୨, ପୁରୀରେ ୩୦୨, କେନ୍ଦ୍ରାପଡ଼ାରେ ୨୭୪, ଭଦ୍ରକ ଜିଲ୍ଲାରେ ୨୭୩, ସୁନ୍ଦରଗଡ଼ରେ ୩୪୨, ବଲାଙ୍ଗୀରରେ ୨୨୨, କନ୍ଧମାଳରେ୧୮୭, ମୟୂରଭଞ୍ଜରେ ୨୬୭, ନୟାଗଡ଼ରେ ୧୯୨, କେନ୍ଦୁଝରରେ ୧୮୪, ନୂଆପଡ଼ାରେ ୮୨, ଝାରସୁଗୁଡ଼ାରେ ୧୨୮, ଢେଙ୍କାନାଳରେ ୮୫, କଳାହାଣ୍ଡିରେ ୭୯, ବରଗଡ଼ ଜିଲ୍ଲାରେ ୧୬୬, ଅନୁଗୁଳରେ ୧୦୭, ମାଲକାନଗିରିରେ ୧୧୨, ସମ୍ବଲପୁରରେ ୯୮, ଦେବଗଡ଼ରେ ୬୨, ବୌଦ୍ଧରେ ୪୫, ସୁବର୍ଣ୍ଣପୁର ଜିଲ୍ଲାରେ ୩୯, କୋରାପୁଟରେ ୬୭, ରାୟଗଡ଼ା ଜିଲ୍ଲାରେ ୧୨୮ ଓ ନବରଙ୍ଗପୁର ଜିଲ୍ଲାରେ ୭୯ରେ ପହଞ୍ଚିଛି ।

ଏଣେ ରାଜ୍ୟରେ ମୋଟ୍ ୬୬୨୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୫୪ ରହିଛି। ଅପରପକ୍ଷରେ ୩୮ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। କରୋନା ବ୍ୟତୀତ ଅନ୍ୟ ରୋଗରେ ୧୦ ପୀଡ଼ିତଙ୍କର ବି ମୃତ୍ୟୁ ଘଟିଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe