ଯାଜପୁର ୮ଶହ ମୁହାଁ, ଜାଣନ୍ତୁ କେଉଁ ଜିଲ୍ଲାରେ ଏଯାବତ୍ କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି

ଯାଜପୁର ୮ଶହ ମୁହାଁ, ଜାଣନ୍ତୁ କେଉଁ ଜିଲ୍ଲାରେ ଏଯାବତ୍ କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି

ଭୁବନେଶ୍ବର: ଆଜି ରାଜ୍ୟରେ ୫୭୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାଯାଇଛି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୫୨୬କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ୧୯ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି।

publive-image image source--cdc

ଏବେ ଆସନ୍ତୁ ଜାଣିବା ଏଯାବତ୍ କେଉଁ ଜିଲ୍ଲାରେ କେତେଜଣ ଆକ୍ରାନ୍ତ ଅଛନ୍ତି। ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୩୬୩୪ ଥିବା ବେଳେ ଖୋର୍ଦ୍ଧାରେ ୧୨୩୧, କଟକରେ ୯୮୭, ଗଜପତିରେ ୫୯୩, ଯାଜପୁରରେ ୭୯୯, ବାଲେଶ୍ବରରେ ୫୦୮, ଜଗତସିଂହପୁର ଜିଲ୍ଲାରେ ୩୮୯, ପୁରୀରେ ୩୫୩, କେନ୍ଦ୍ରାପଡ଼ାରେ ୨୯୬, ଭଦ୍ରକ ଜିଲ୍ଲାରେ ୨୮୨, ସୁନ୍ଦରଗଡ଼ରେ ୬୬୦, ବଲାଙ୍ଗୀରରେ ୨୬୦, କନ୍ଧମାଳରେ୧୯୩, ମୟୂରଭଞ୍ଜରେ ୩୨୭, ନୟାଗଡ଼ରେ ୨୬୫, କେନ୍ଦୁଝରରେ ୨୯୨, ନୂଆପଡ଼ାରେ ୮୬, ଝାରସୁଗୁଡ଼ାରେ ୧୨୯, ଢେଙ୍କାନାଳରେ ୯୫, କଳାହାଣ୍ଡିରେ ୭୯, ବରଗଡ଼ ଜିଲ୍ଲାରେ ୧୬୮, ଅନୁଗୁଳରେ ୧୩୩, ମାଲକାନଗିରିରେ ୧୩୪, ସମ୍ବଲପୁରରେ ୧୧୧, ଦେବଗଡ଼ରେ ୬୬, ବୌଦ୍ଧରେ ୫୩, ସୁବର୍ଣ୍ଣପୁର ଜିଲ୍ଲାରେ ୪୪, କୋରାପୁଟରେ ୯୫, ରାୟଗଡ଼ା ଜିଲ୍ଲାରେ ୧୩୯ ଓ ନବରଙ୍ଗପୁର ଜିଲ୍ଲାରେ ୮୯ରେ ପହଞ୍ଚିଛି ।
ସୂଚନାଯୋଗ୍ୟ ଏବେ ରାଜ୍ୟରେ ମୋଟ୍ ୭୯୭୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୪୭୫ ରହିଛି।

ସୂଚନାଯୋଗ୍ୟ, ଏବେ ରାଜ୍ୟରେ ମୋଟ୍ ୭୯୭୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୪୭୫ ରହିଛି। ଏଣେ ଆଜି ୫ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିବା ଫଳରେ ରାଜ୍ୟରେ କରୋଜାଜନିତ ମୃତକଙ୍କ ସଂଖ୍ୟା ୬୧ରେ ପହଞ୍ଚିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe