ଏବେ ବି ସଂକ୍ରମିତଙ୍କ ସଂଖ୍ୟାରେ ସବୁଠୁ ଆଗରେ ଗଞ୍ଜାମ, ଜାଣନ୍ତୁ ଏଯାବତ୍ କେଉଁ ଜିଲ୍ଲାରେ କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି

ଏବେ ବି ସଂକ୍ରମିତଙ୍କ ସଂଖ୍ୟାରେ ସବୁଠୁ ଆଗରେ ଗଞ୍ଜାମ, ଜାଣନ୍ତୁ ଏଯାବତ୍ କେଉଁ ଜିଲ୍ଲାରେ କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି

ଭୁବନେଶ୍ବର: ଆଜି ରାଜ୍ୟରେ ୫୪୩ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪,୨୮୦କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୩୫୪ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୧୮୯ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି।

publive-image

ଆଜି ୨୩ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଏବେ ଆସନ୍ତୁ ଜାଣିବା ଏଯାବତ୍ କେଉଁ ଜିଲ୍ଲାରେ କେତେଜଣ ଆକ୍ରାନ୍ତ ଅଛନ୍ତି। ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୪୩୩୫ଥିବା ବେଳେ ଖୋର୍ଦ୍ଧାରେ ୧୪୨୩, କଟକରେ ୧୦୬୦, ଗଜପତିରେ ୬୪୩, ଯାଜପୁରରେ ୯୧୪, ବାଲେଶ୍ବରରେ ୫୫୪, ଜଗତସିଂହପୁର ଜିଲ୍ଲାରେ ୪୨୭, ପୁରୀରେ ୩୭୧, କେନ୍ଦ୍ରାପଡ଼ାରେ ୩୦୯, ଭଦ୍ରକ ଜିଲ୍ଲାରେ ୨୯୬, ସୁନ୍ଦରଗଡ଼ରେ ୭୨୫, ବଲାଙ୍ଗୀରରେ ୨୬୮, କନ୍ଧମାଳରେ୧୯୯, ମୟୂରଭଞ୍ଜରେ ୩୭୬, ନୟାଗଡ଼ରେ ୨୭୧, କେନ୍ଦୁଝରରେ ୩୪୦, ନୂଆପଡ଼ାରେ ୯୧, ଝାରସୁଗୁଡ଼ାରେ ୧୮୨, ଢେଙ୍କାନାଳରେ ୧୦୪, କଳାହାଣ୍ଡିରେ ୮୩, ବରଗଡ଼ ଜିଲ୍ଲାରେ ୨୦୫, ଅନୁଗୁଳରେ ୧୪୧, ମାଲକାନଗିରିରେ ୧୯୫, ସମ୍ବଲପୁରରେ ୧୧୫, ଦେବଗଡ଼ରେ ୬୬, ବୌଦ୍ଧରେ ୬୦, ସୁବର୍ଣ୍ଣପୁର ଜିଲ୍ଲାରେ ୪୪, କୋରାପୁଟରେ ୧୮୯, ରାୟଗଡ଼ା ଜିଲ୍ଲାରେ ୧୬୫ ଓ ନବରଙ୍ଗପୁର ଜିଲ୍ଲାରେ ୧୨୯ରେ ପହଞ୍ଚିଛି।

ସୂଚନାଯୋଗ୍ୟ, ଏବେ ରାଜ୍ୟରେ ମୋଟ୍ ୯୨୫୫ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୯୨୯ ରହିଛି। ଏଣେ ଏଯାବତ୍ କରୋନାରେ ୭୪ଜଣଙ୍କର ମୃତ୍ୟୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe