ରାଜ୍ୟର ୧୯୪୮ କରୋନା ଆକ୍ରାନ୍ତଙ୍କ ଭିତରୁ ଜାଣନ୍ତୁ, କେଉଁ ଜିଲ୍ଲାରେ କେତେଜଣ ଅଛନ୍ତି

ରାଜ୍ୟର ୧୯୪୮ କରୋନା ଆକ୍ରାନ୍ତଙ୍କ ଭିତରୁ ଜାଣନ୍ତୁ, କେଉଁ ଜିଲ୍ଲାରେ କେତେଜଣ ଅଛନ୍ତି

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୧୨୯ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୪୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଚିହ୍ନଟ ହୋଇଥିବା ଏମାନଙ୍କ ଭିତରୁ ୧୧୯ଜଣ ସଙ୍ଗରୋଧ କେନ୍ଦ୍ରର ଥିବା ବେଳେ ୧୦ଜଣ ସ୍ଥାନୀୟ ସଂକ୍ରମିତ ଥିବା ଜଣାଯାଇଛି।

ଆଜି ୧୯ଟି ଜିଲ୍ଲାରୁ ଆଜି ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ କେତେଜଣ  ଆକ୍ରାନ୍ତ ଅଛନ୍ତି।

publive-image

ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୪୧୪, ବାଲେଶ୍ବରରେ ୧୪୬, ଯାଜପୁରରେ ୨୬୯ , କଟକରେ ୧୦୦,  , ପୁରୀରେ ୯୧, କେନ୍ଦ୍ରାପଡ଼ାରେ ୮୯, ଅନୁଗୁଳରେ ୨୫ ,ଖୋର୍ଦ୍ଧାରେ ୧୩୭, ଦେବଗଡ଼ରେ ୩୨ , ଭଦ୍ରକରେ ୧୦୬, ନୟାଗଡ଼ରେ ୬୫, ଜଗତସିଂହପୁରରେ ୬୮, ନୂଆପଡ଼ାରେ ୩୦, ବଲାଙ୍ଗୀରରେ ୮୦, ବୌଦ୍ଧରେ ୩୩, ଅନୁଗୁଳରେ ୨୫, କେନ୍ଦୁଝରରେ ୨୫, ମାଲକାନଗିରିରେ ୨୦, ମୟୂରଭଞ୍ଜରେ ୨୩, କଳାହାଣ୍ଡିରେ ୨୦, କନ୍ଧମାଳରେ ୧୩, ଗଜପତିରେ ୩୬, କୋରାପୁଟରେ ୭, ଢେଙ୍କାନାଳରେ ୧୯, ଝାରସୁଗୁଡ଼ାରେ ୭, ସମ୍ବଲପୁରରେ ୯ରେ ପହଞ୍ଚିଛି।

ଅପରପକ୍ଷରେ ବରଗଡ଼ରେ ୨ରେ, ସୁବର୍ଣ୍ଣପୁର ଜିଲ୍ଲାରେ ୫ରେ  ନବରଙ୍ଗପୁରରେ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ବି ଗଞ୍ଜାମ ଜିଲ୍ଲା ସଂକ୍ରମିତଙ୍କ ସଂଖ୍ୟାରେ ଶୀର୍ଷରେ ରହିଛି। କେବଳ ରାୟଗଡ଼ା ଜିଲ୍ଲାକୁ ଏଯାଏଁ କରୋନା ଛୁଇଁ ନାହିଁ।

ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୮୮୯ରେ ପହଞ୍ଚିଛି। ତେବେ ୧୦୫୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।  ଅପରପକ୍ଷରେ ୭ଜଣଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe