ଖୋର୍ଦ୍ଧାରେ ସଂକ୍ରମିତଙ୍କ ସଂଖ୍ୟା ୨୮,୭୯୪, ଜାଣନ୍ତୁ କେଉଁ ଜିଲ୍ଲାରେ ଏଯାବତ୍ କେତେଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି

Advertisment
ଖୋର୍ଦ୍ଧାରେ ସଂକ୍ରମିତଙ୍କ ସଂଖ୍ୟା ୨୮,୭୯୪, ଜାଣନ୍ତୁ କେଉଁ ଜିଲ୍ଲାରେ ଏଯାବତ୍ କେତେଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି

ଭୁବନେଶ୍ବର: ଆଜି ରାଜ୍ୟରେ ଆଜି ରାଜ୍ୟରେ ୪୨୪୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୫୦୨ ଓ ସ୍ଥାନୀୟ ଅଞ୍ଚଳରୁ ୧୭୩୯ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ୧ ଲକ୍ଷ ୬୭ ହଜାର ୧୬୧କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ ଏଯାବତ୍ କେତେଜଣ  କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରଦତ୍ତ ସୂଚନା ଅନୁଯାୟୀ ଏଯାବତ୍ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୯,୪୪୪ ଥିବା ବେଳେ ଖୋର୍ଦ୍ଧାରେ ୨୮,୭୯୪, କଟକରେ ୧୪,୫୦୨, ଗଜପତିରେ ୩୨୫୬, ଯାଜପୁରରେ ୬୩୧୮, ବାଲେଶ୍ବରରେ ୫୭୫୧, ଜଗତସିଂହପୁର ଜିଲ୍ଲାରେ ୩୫୦୨, ପୁରୀରେ ୭୪୨୧, କେନ୍ଦ୍ରାପଡ଼ାରେ ୩୫୧୧, ଭଦ୍ରକ ଜିଲ୍ଲାରେ ୪୨୧୦, ସୁନ୍ଦରଗଡ଼ରେ ୬୦୦୪, ବଲାଙ୍ଗୀରରେ ୩୪୨୬, କନ୍ଧମାଳରେ ୩୨୦୬, ମୟୂରଭଞ୍ଜରେ ୬୧୬୬, କୋରାପୁଟରେ ୫୧୩୪, ନୟାଗଡ଼ରେ ୪୦୧୯, କେନ୍ଦୁଝରରେ ୩୧୪୮, ନୂଆପଡ଼ାରେ ୧୯୧୯, ଝାରସୁଗୁଡ଼ାରେ ୨୯୨୬, ଢେଙ୍କାନାଳରେ ୨୮୩୬, କଳାହାଣ୍ଡିରେ ୨୩୦୭, ବରଗଡ଼ ଜିଲ୍ଲାରେ ୪୯୦୭, ଅନୁଗୁଳରେ ୨୨୮୦, ମାଲକାନଗିରିରେ ୨୯୩୫, ସମ୍ବଲପୁରରେ ୪୪୪୯, ରାୟଗଡ଼ାରେ ୬୪୪୭, ବୌଦ୍ଧରେ ୧୨୫୮, ସୋନପୁର ଜିଲ୍ଲାରେ ୨୧୧୯, ଦେବଗଡ଼ ଜିଲ୍ଲାରେ ୪୪୬ ଓ ନବରଙ୍ଗପୁର ଜିଲ୍ଲାରେ ୨୫୦୯ରେ ପହଞ୍ଚିଛି।

publive-image image source- sambad english

ଏବେ ରାଜ୍ୟରେ ମୋଟ୍ ୧,୨୯,୮୫୯ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୬,୫୮୦ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe