ରାଜ୍ୟର ୨୧୦୪ କରୋନା ପଜିଟିଭ ଚିହ୍ନଟଙ୍କ ମଧ୍ୟରୁ ଜାଣନ୍ତୁ, କେଉଁ ଜିଲ୍ଲାରେ ଅଛନ୍ତି କେତେଜଣ  ଆକ୍ରାନ୍ତ

ରାଜ୍ୟର ୨୧୦୪ କରୋନା ପଜିଟିଭ ଚିହ୍ନଟଙ୍କ ମଧ୍ୟରୁ ଜାଣନ୍ତୁ, କେଉଁ ଜିଲ୍ଲାରେ ଅଛନ୍ତି କେତେଜଣ  ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୧୫୬ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧୦୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୧୫୩ଜଣ ସଙ୍ଗରୋଧ କେନ୍ଦ୍ରର ଥିବା ବେଳେ ୩ଜଣ ସ୍ଥାନୀୟ ସଂକ୍ରମିତ ଥିବା ଜଣାଯାଇଛି।

ଆଜି ୧୯ଟି ଜିଲ୍ଲାରୁ ଆଜି ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ କେତେଜଣ  ଆକ୍ରାନ୍ତ ଅଛନ୍ତି।

ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୪୩୧, ବାଲେଶ୍ବରରେ ୧୪୬, ଯାଜପୁରରେ ୨୮୦ , କଟକରେ ୧୨୦,  ପୁରୀରେ ୯୧, କେନ୍ଦ୍ରାପଡ଼ାରେ ୧୩୯, ଖୋର୍ଦ୍ଧାରେ ୧୪୦, ଦେବଗଡ଼ରେ ୩୨ , ଭଦ୍ରକରେ ୧୨୦, ନୟାଗଡ଼ରେ ୬୮, ଜଗତସିଂହପୁରରେ ୮୨, ନୂଆପଡ଼ାରେ ୩୩, ବଲାଙ୍ଗୀରରେ ୮୨, ବୌଦ୍ଧରେ ୪୨, ଅନୁଗୁଳରେ ୨୫, କେନ୍ଦୁଝରରେ ୨୬, ମାଲକାନଗିରିରେ ୨୧, ମୟୂରଭଞ୍ଜରେ ୨୬, କଳାହାଣ୍ଡିରେ ୨୦, କନ୍ଧମାଳରେ ୨୨, ଗଜପତିରେ ୩୬, କୋରାପୁଟରେ ୭, ଢେଙ୍କାନାଳରେ ୧୯, ଝାରସୁଗୁଡ଼ାରେ ୭, ସମ୍ବଲପୁରରେ ୧୧ରେ ପହଞ୍ଚିଛି।

publive-image

ଅପରପକ୍ଷରେ ବରଗଡ଼ରେ ୫ରେ, ସୁବର୍ଣ୍ଣପୁର ଜିଲ୍ଲାରେ ୮ରେ  ନବରଙ୍ଗପୁରରେ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ବି ଗଞ୍ଜାମ ଜିଲ୍ଲା ସଂକ୍ରମିତଙ୍କ ସଂଖ୍ୟାରେ ଶୀର୍ଷରେ ରହିଛି। କେବଳ ରାୟଗଡ଼ା ଜିଲ୍ଲାକୁ ଏଯାଏଁ କରୋନା ଛୁଇଁ ନାହିଁ।

ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୯୬୯ରେ ପହଞ୍ଚିଛି। ତେବେ ୧୧୨୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।  ଅପରପକ୍ଷରେ ୭ଜଣଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe