ରାଜ୍ୟର ୨୨୪୫ଆକ୍ରାନ୍ତଙ୍କ ଭିତରୁ ଜାଣନ୍ତୁ, କେଉଁ ଜିଲ୍ଲାରେ ଏଯାବତ୍ କେତେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି

Advertisment
ରାଜ୍ୟର ୨୨୪୫ଆକ୍ରାନ୍ତଙ୍କ ଭିତରୁ ଜାଣନ୍ତୁ, କେଉଁ ଜିଲ୍ଲାରେ ଏଯାବତ୍ କେତେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୧୪୧ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୪୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୩୧ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୧୧୦ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୧୮ଟି ଜିଲ୍ଲାରୁ ଆଜି ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି।

ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ କେତେଜଣ  ଆକ୍ରାନ୍ତ ଅଛନ୍ତି। ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୪୫୮, ବାଲେଶ୍ବରରେ ୧୪୮, ଯାଜପୁରରେ ୨୯୦ , କଟକରେ ୧୨୬, ସୁନ୍ଦରଗଡ଼ରେ ୬୫ , ପୁରୀରେ ୯୬, କେନ୍ଦ୍ରାପଡ଼ାରେ ୧୫୨, ଅନୁଗୁଳରେ ୨୬ ,ଖୋର୍ଦ୍ଧାରେ ୧୬୬, ଦେବଗଡ଼ରେ ୩୨ , ଭଦ୍ରକରେ ୧୨୦, ନୟାଗଡ଼ରେ ୬୯, ଜଗତସିଂହପୁରରେ ୮୬, ନୂଆପଡ଼ାରେ ୫୨, ବଲାଙ୍ଗୀରରେ ୮୯, ବୌଦ୍ଧରେ ୪୨, କେନ୍ଦୁଝରରେ ୩୦, ମାଲକାନଗିରିରେ ୨୧, ମୟୂରଭଞ୍ଜରେ ୨୭, କଳାହାଣ୍ଡିରେ ୨୦, କନ୍ଧମାଳରେ ୨୨, ଗଜପତିରେ ୪୦, କୋରାପୁଟରେ ୭, ଢେଙ୍କାନାଳରେ ୨୧, ଝାରସୁଗୁଡ଼ାରେ ୭, ସମ୍ବଲପୁରରେ ୧୨ରେ ପହଞ୍ଚିଛି।

publive-image

ଅପରପକ୍ଷରେ ବରଗଡ଼ରେ ୫ରେ, ସୁବର୍ଣ୍ଣପୁର ଜିଲ୍ଲାରେ ୮ରେ  ନବରଙ୍ଗପୁରରେ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ବି ଗଞ୍ଜାମ ଜିଲ୍ଲା ସଂକ୍ରମିତଙ୍କ ସଂଖ୍ୟାରେ ଶୀର୍ଷରେ ରହିଛି। କେବଳ ରାୟଗଡ଼ା ଜିଲ୍ଲାକୁ ଏଯାଏଁ କରୋନା ଛୁଇଁ ନାହିଁ।

ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୯୯୧ରେ ପହଞ୍ଚିଛି। ତେବେ ୧୨୪୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।  ଅପରପକ୍ଷରେ ୭ଜଣଙ୍କର ମୃତ୍ୟୁ ଘଟିଛି। କରୋନା ବ୍ୟତୀତ ଅନ୍ୟ ରୋଗରେ ଦୁଇ ପୀଡ଼ିତଙ୍କର ବି ମୃତ୍ୟୁ ଘଟିଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe