୧ ଲକ୍ଷ ୮୦ ହଜାର ଟଙ୍କା ଦେବାକୁ ସ୍ୱାମୀଙ୍କୁ କୋର୍ଟର ନିର୍ଦେଶ

Advertisment

୫ ବର୍ଷ ପରେ ଭରଣ ପୋଷଣ ମାମଲାର ଶୁଣାଣି

୫ ବର୍ଷ ପରେ ଭରଣ ପୋଷଣ ମାମଲାର ଶୁଣାଣି

ଜଷ୍ଟିସ୍‌ ବିଜୟ କୁମାର ନାୟକ ଓଡ଼ିଶା ନ୍ୟାୟିକ ଆୟୋଗର ଅଧ୍ୟକ୍ଷ ନିଯୁକ୍ତ

ଜୁନାଗଡ଼ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଅନ୍ତର୍ଲା ଗ୍ରାମର ଜଣେ ମହିଳା ସ୍ୱାମୀଙ୍କଠାରୁ ବିଚ୍ଛେଦ ହେବାର ୫ ବର୍ଷ ପରେ କୋର୍ଟରେ କରିଥିବା ଭରଣ ପୋଷଣ ମାମଲାରେ ଜୁନାଗଡ ଜେଏମ୍‌ଏଫ୍‌ସି ତାଙ୍କ ସପକ୍ଷରେ ରାୟ ଦେଇଛନ୍ତି। ଏଥିରେ ସ୍ତ୍ରୀଙ୍କୁ ଭରଣ ପୋଷଣ ବାବଦକୁ ୧ ଲକ୍ଷ ୮୦ ହଜାର ଟଙ୍କା ଦେବାକୁ ନିର୍ଦେଶ ଦେଇଛନ୍ତି।

ପ୍ରକାଶ ଯେ, ୨୦୧୦ ମସିହାରେ ଧର୍ମଗଡ ବ୍ଲକ ରାଉରହଲଦୀ ଗ୍ରାମର ସିଆରପିଏଫ୍‌ରେ କାର୍ଯ୍ୟରତ ଥିବା ଚିତ୍ରସେନ ନାଏକଙ୍କ ସହ ପୂର୍ଣ୍ଣମୀ ବାଗଙ୍କ ସାମାଜିକ ରୀତିନୀତିରେ ବିବାହ ହୋଇଥିଲା। ମାତ୍ର ବିବାହର ୨ ବର୍ଷ ପରେ ଚିତ୍ରସେନ ଅଧିକ ଯୌତୁକ ଆଣିବା ପାଇଁ ପତ୍ନୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିଲେ। ନିର୍ଯାତନା ସହି ନ ପାରି ପୂର୍ଣ୍ଣମୀ ସ୍ୱାମୀଙ୍କ ବିରୋଧରେ ଧର୍ମଗଡ଼ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ଚିତ୍ରସେନଙ୍କୁ ଗିରଫ କରିଥିଲା।

କିଛି ଦିନ ପରେ ଚିତ୍ରସେନ ଜାମିନରେ ଆସିଥିଲେ। ଏହାପରେ ସ୍ୱାମୀଙ୍କ ଠାରୁ ଭରଣ ପୋଷଣ ପାଇବା ପାଇଁ ପୂର୍ଣ୍ଣମୀ ଗତ ୨୦୧୪ ମସିହାରେ ଜୁନାଗଡ ଜେଏମଏଫସି କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏନେଇ କୋର୍ଟ ଏକ ମାମାଲା ରୁଜୁ କରିଥିଲେ। ଏହି ମାମଲାର ଶୁଣାଣି କରି ବିଚାରପତି ସୁନିତା କୁମାରୀ ଖଣ୍ଡେଲୱାଲା ନିଜ ରାୟରେ ପୂର୍ଣ୍ଣମୀଙ୍କୁ ମାସିକ ୫ ହଜାର ଟଙ୍କା ସହ ୧୨ଟି କିସ୍ତିରେ ୧ଲକ୍ଷ ୮୦ ହଜାର ଟଙ୍କା ସ୍ୱାମୀ ଚିତ୍ରସେନ ନାଏକଙ୍କୁ ଦେବା ପାଇଁ ନିର୍ଦେଶ ଦେଇଛନ୍ତି। ପୂର୍ଣ୍ଣମୀଙ୍କ ପକ୍ଷରୁ ଆଇନଜୀବୀ ଜୟଦେବ ସୁନାନୀ ମାମଲା ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe