ହାରି ନାହାନ୍ତି ଦିବ୍ୟାଙ୍ଗ ରଙ୍ଗବତୀ: ଖୋଲିଛନ୍ତି ସିଲେଇ ତାଲିମ କେନ୍ଦ୍ର

Advertisment

ଗରିବ ଓ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ଧୈର୍ଯ୍ୟ ହରାଇନାହାନ୍ତି। ସିଲେଇ ମେସିନ୍‌ ପକାଇ ନିଜେ ସ୍ବାବଲମ୍ବୀ ହେବା ସହ ମହିଳାଙ୍କୁ ଉପାର୍ଜନକ୍ଷମ କରିଛନ୍ତି। ରାଉରକେଲା ବାସନ୍ତୀ କଲୋନିର ରଙ୍ଗବତୀ ମହାତୋ।

ଗରିବ ଓ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ଧୈର୍ଯ୍ୟ ହରାଇନାହାନ୍ତି। ସିଲେଇ ମେସିନ୍‌ ପକାଇ ନିଜେ ସ୍ବାବଲମ୍ବୀ ହେବା ସହ ମହିଳାଙ୍କୁ ଉପାର୍ଜନକ୍ଷମ କରିଛନ୍ତି। ରାଉରକେଲା ବାସନ୍ତୀ କଲୋନିର ରଙ୍ଗବତୀ ମହାତୋ।

gjggjgdjdgjdgj

ରାଉରକେଲା: ଗରିବ ଓ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ଧୈର୍ଯ୍ୟ ହରାଇନାହାନ୍ତି। ସିଲେଇ ମେସିନ୍‌ ପକାଇ ନିଜେ ସ୍ବାବଲମ୍ବୀ ହେବା ସହ ମହିଳାଙ୍କୁ ଉପାର୍ଜନକ୍ଷମ କରିଛନ୍ତି। ରାଉରକେଲା ବାସନ୍ତୀ କଲୋନିର ରଙ୍ଗବତୀ ମହାତୋ। ମାତ୍ର ୧୫୦ ଟଙ୍କା ପୁରୁଣା ସିଲେଇ ମେସିନ୍‌ରେ କାମ ଆରମ୍ଭ ଆଜି ସ୍ଥାନୀୟ ଅଞ୍ଚଳରେ ଜଣେ ସଫଳ ମହିଳା ଉଦ୍ୟୋଗୀ ଭାବେ ପରିଚିତ। ପୂର୍ବରୁ ଘରକୁ ଘର ବୁଲି ମହିଳାମାନଙ୍କୁ ସିଲେଇ ତାଲିମ ଦେଉଥିଲେ। ଅର୍ଡର ମୁତାବକ କାମ ଆଣି ପୁରୁଣା ସିଲେଇ ମେସିନ୍‌ରେ କରୁଥିଲେ। କାମ କରିବା ପରେ ପୁଣି ସେମାନଙ୍କ ଘରେ ପହଞ୍ଚାଉଥିଲେ। ମାସକୁ ମାସକୁ ସାଇତି ରଖିଥିବା ରୋଜଗାର ଟଙ୍କାରେ ବାସନ୍ତୀ କଲୋନିରେ ସିଲେଇ ତାଲିମ କେନ୍ଦ୍ର ଖୋଲିଛନ୍ତି। ଏଥିସହ ମହିଳା ଓ ଝିଅପିଲାଙ୍କ ପୋଷାକ ତିଆରି କରୁଛନ୍ତି। ଏବେ ତାଙ୍କ ତାଲିମ କେନ୍ଦ୍ରରେ ୧୦ରୁ ଅଧିକ ସିଲେଇ ମେସିନ୍‌ ରହିଛି। ପାଖରେ ୧୦ରୁ ଅଧିକ ମହିଳା ଓ ଯୁବତୀ କାମ କରି ମାସକୁ ୫/୭ ହଜାର ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି। 

ଖୋଲିଛନ୍ତି ସିଲେଇ ତାଲିମ କେନ୍ଦ୍ର
୮୦୦ ମହିଳାଙ୍କୁ ଦେଲେ‌ଣି ରୋଜଗାର

ରଙ୍ଗବତୀ ଆଜି ପର୍ଯ୍ୟନ୍ତ ପ୍ରାୟ ୮୦୦ରୁ ଅଧିକ ମହିଳାଙ୍କୁ ରୋଜଗାରକ୍ଷମ କରିସାରିଲେଣି। ଗରିବର ଦୁଃଖ କ’ଣ ଜାଣିଥିବାରୁ ରଙ୍ଗବତୀ ନିଜ ରୋଜଗାର ଅର୍ଥରୁ କିଛି ଗରିବ ପିଲାଙ୍କ ପାଠପଢ଼ାରେ ଖର୍ଚ୍ଚ କରୁଛନ୍ତି। ଜଣେ ଗରିବ ଝିଅଙ୍କୁ ଘରେ ରଖି ବିବାହ ମଧ୍ୟ କରାଇଛନ୍ତି। ସୁନ୍ଦରଗଡ଼ ନୂଆଗାଁ ବ୍ଳକ୍‌ ପତ୍ରାପାଲିର ଏକ ଗରିବ ପରିବାର ଜନ୍ମଗ୍ରହଣ କରିଥବା ରଙ୍ଗବତୀଙ୍କ ପିଲାଦିନ ଅଭାବ ଅନଟନରେ କଟିଥିଲା। ପାଠ ଛାଡ଼ି ୧୫ ବର୍ଷ ବୟସରେ ସିଲେଇ ଶିଖିବାକୁ ରାଜଗାଙ୍ଗପୁର ସେଣ୍ଟ ମେରୀ ଚର୍ଚ୍ଚ ଚାଲିଯାଇଥିଲେ। ସେଠାରେ ସିଲେଇ ଶିଖିବା ପରେ ତାଙ୍କର ବିବାହ ହୋଇଥିଲା। ପରେ ବାସନ୍ତୀ କଲୋନି ମାଲଗୋଦାମ ବସ୍ତିରେ ମାସିକ ୩୦୦ ଟଙ୍କା ଭଡ଼ାରେ ଝୁମ୍ପୁଡ଼ିରେ ପତି-ପତ୍ନୀ ରହିଥିଲେ। ସ୍ବାମୀଙ୍କର ରୋଜଗାର ଏତେ ଭଲ ନଥିବାରୁ ପର ଘରେ କାମ କରି ୧୫୦ ଟଙ୍କାରେ ସିଲେଇ ମେସିନ୍‌ କିଣି କାମ ଆରମ୍ଭ କରିଥିଲେ। ମାସକୁ ମାସ ଭଲ ଦି’ ପଇସା ରୋଜଗାର କରିବା ସହ ସେହି ଅର୍ଥରେ ସିଲେଇ ତାଲିମ କେନ୍ଦ୍ର ଖୋଲିଲେ। ଏଥିସହ ଶାନ୍ତିନିକେତନ ନାମରେ ୧୨ରୁ ଅଧିକ ମହିଳାଙ୍କୁ ନେଇ ସ୍ବୟଂ ସହାୟକ ଗୋଷ୍ଠୀ ମଧ୍ୟ ଗଠନ କରିଛନ୍ତି। ଗରିବ ମହିଳାଙ୍କୁ ବିନାମୂଲ୍ୟରେ ସିଲେଇ ତାଲିମ ଦେଇ ରୋଜଗାରକ୍ଷମ କରୁଛନ୍ତି। ଘରଭଡ଼ା ଓ ଅନ୍ୟାନ୍ୟ ଖର୍ଚ୍ଚ ଯାଇ ମାସକୁ ପ୍ରାୟ ୧୫ ହଜାର ଟଙ୍କା ‌ରୋଜଗାର କରୁଛନ୍ତି ବୋଲି କହିଛନ୍ତି ରଙ୍ଗବତୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe