ଡିଜେ ଓଲଟି ୪, ପୋଡ଼ି ଯାଇ ଜଣେ ଆହତ

ଡିଜେ ଓଲଟି ୪, ପୋଡ଼ି ଯାଇ ଜଣେ ଆହତ

IndiaMART

ଅସୁରାଳି: ମଙ୍ଗଳାପଦା ଦୋଳ ମେଳଣ ଶୋଭାଯାତ୍ରାରେ ଦୁଇଟି ଅଘଟଣ ଘଟିଛି। ଡିଜେ ଗାଡ଼ି ଓଲଟି ଚାରି ଜଣ ଆହତ ହୋଇଥିବା ବେଳେ ନିଆଁ ଧରି ଜଣେ ଆହତ ହୋଇଛନ୍ତି। ଶନିବାର ରାତିରେ ମଙ୍ଗଳାପଦା ଠାରେ ମେଳଣ ପାଇଁ ବିଭିନ୍ନ ବିମାନ ଶୋଭାଯାତ୍ରାରେ ଆସୁଥିଲେ। ବାଜା ବାଣ ସାଙ୍ଗକୁ ଡିଜେ ସାଉଣ୍ଡରେ ଅଞ୍ଚଳ ପ୍ରକମ୍ପିତ ହେଉଥିଲା। ମେଳଣ ପଡିଆର ଅଳ୍ପ କିଛି ଦୂରରେ ଚୁନିଦା ଗିଲିଗଡ଼ିଆ ଅଞ୍ଚଳରୁ ଆସୁଥିବା ବିମାନ ଶୋଭାଯାତ୍ରାରେ ବାଜୁଥିବା ଡିଜେ ବକ୍ସଗୁଡିକ ହଠାତ ବନ୍ଧା ହୋଇଥିବା ଟ୍ରାକ୍ଟରରୁ ତଳକୁ ଖସି ପଡିଥିଲା।

ନିକଟରେ ଥିବା କିଛି ଲୋକ ଡିଜେ ବକ୍ସ ତଳେ ଚାପି ହୋଇ ରହି ଯାଇଥିଲେ। ଏପରି ଅଘଟଣ ଦେଖି ନାଚୁଥିବା ଯୁବକମାନେ ସେଠାରୁ ଦୌଡ଼ି ପଳାଇ ଯାଇଥିଲେ। ବକ୍ସ ତଳେ ଚାପି ହୋଇ ରହିଥିବା ଚାରିଜଣଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଆହାତ ଲୋକଙ୍କ ପରିଚୟ ମିଳି ପାରିନାହିଁ। କିନ୍ତୁ ଏମାନଙ୍କ ମଧ୍ୟରେ ଜଣେ ଯାଜପୁର ଏବଂ ଅନ୍ୟ ତିନିଜଣ ଗିଲିଗଢିଆ ଅଞ୍ଚଳର ବୋଲି ଜଣାପଡିଛି। ସେହିପରି କଷଟି ଗ୍ରାମର ବିମାନ ଶୋଭାଯାତ୍ରା ଚାଲିଥିବା ବେଳେ ଜଣେ ଯୁବକ ପାଟିରେ ପେଟ୍ରୋଲ ପୂରାଇ ନିଆଁ ବାହାର କରିବା ଖେଳ ଦେଖାଉଥିଲେ। ଅସାବଧାନତା ଯୋଗୁଁ ନିଆଁ ଲାଗି ତାଙ୍କର ମୁହଁର କିଛି ଅଂଶ ପୋଡ଼ି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe