ଢେଙ୍କାନାଳ: ଚୋରା ମାଙ୍କଡ଼ା ପଥର ବୋଝେଇ ଟ୍ରାକ୍ଟର୍‌ ଚାପାରେ ଶ୍ରମିକ ମୃତ

Advertisment
ଢେଙ୍କାନାଳ: ଚୋରା ମାଙ୍କଡ଼ା ପଥର ବୋଝେଇ ଟ୍ରାକ୍ଟର୍‌ ଚାପାରେ ଶ୍ରମିକ ମୃତ

Rep Image

ଢେଙ୍କାନାଳ: ଗତ ରାତିରେ ଭୁବନ ବ୍ଲକ୍‌ ଅନ୍ତର୍ଗତ ମୃଦଙ୍ଗା ପଞ୍ଚାୟତର ଅଁଳାଝରି ମାଙ୍କଡ଼ା ପଥର ଖାଦାନରୁ ଚୋରାରେ ପଥର ବୋଝେଇ କରି ନେଉଥିବା ଏକ ଟ୍ରାକ୍ଟର୍‌ ଚଢ଼ି ଯିବାରୁ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି।

ଜିଲ୍ଲା ପ୍ରଶାସନ ତରୁଫରୁ ୧୪୪ ଧାରା ଜାରି କରାଯାଇ ସେ ଖାଦାନରୁ ପଥର ଖନନ ନ କରିବାକୁ ନିଷିଦ୍ଧ କରାଯାଇଥିଲା। ତା’ସତ୍ତ୍ୱେ ରାତିରେ ସେଠାରୁ ପଥର ଚୋରି ହେଉଥିଲା ବୋଲି କୁହାଯାଉଛି।

ଗତରାତିରେ ସେଠାରୁ ପଥର ବୋଝେଇ କରି ନେଉଥିବା ଏକ ଟ୍ରାକ୍ଟର୍‌ ୩୨ ବର୍ଷିୟ ମାଣିଆ ପାତ୍ର ନାମକ ଜଣେ ଶ୍ରମିକ ଉପରେ ଚଢ଼ିଯାଇଥିଲା। ଚିକିତ୍ସା ପାଇଁ ତାଙ୍କୁ ଭୁବନ ମେଡିକାଲ୍‌ ନିଆଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିବା ସହ ଥାନାରେ ଖବର ଦେଇଥିଲେ।

ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରାଉଛି। ଏ ଘଟଣାରେ ଥାନାରେ ଏ ପର୍ଯ୍ୟନ୍ତ କୌଣସି ଏତଲା ଦିଆଯାଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe