ଏସ୍‌ସିବି ପଲ୍ୟୁମନାରି ବିଭାଗରେ ଖୋଲିବ ଡିଏମ୍‌ ପାଠ୍ୟକ୍ରମ

Advertisment
ଏସ୍‌ସିବିରେ ୟୁରୋଲୋଜି କର୍ମଶାଳା: ୨୦ ଜଣଙ୍କ ଲାଇଭ୍ ଅସ୍ତ୍ରୋପଚାର

indianadmissionsguru.com

କଟକ : ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲର ପଲ୍ୟୁମନାରି ବିଭାଗରେ ଖୋଲିବ ଡିଏମ୍ ପାଠ୍ୟକ୍ରମ। ଆଜି ମେଡିକାଲ କାଉନସିଲ୍ ଅଫ୍ ଇଣ୍ଡିଆ (ଏମ୍‌ସିଆଇ)ର ଏକ ପ୍ରତିନିଧି ଦଳ ବିଭାଗକୁ ଆସି ଏ ସଂପର୍କରେ ସମୀକ୍ଷା କରିଛନ୍ତି। ବିଭାଗର ଭିତ୍ତିଭୂମି, ପାଠ୍ୟକ୍ରମ ପାଇଁ ଆବଶ୍ୟକ ଆନୁସଙ୍ଗିବ ବ୍ୟବସ୍ଥା ସଂପର୍କରେ ଏହି ଦୁଇ ଜଣିଆ ଟିମ୍‌ ଯାଞ୍ଚ କରିଛନ୍ତି। ଅନ୍ୟପଟେ ଏସ୍‌ସିବି ପଲ୍ୟୁମନାରି ବିଭାଗକୁ ସେଣ୍ଟର ଅଫ୍‌ ଏକ୍ସିଲେନ୍ସି ଘୋଷଣା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିବା ବେଳେ ଏଥିପାଇଁ ଭିତ୍ତିଭୂମିର ବିକାଶ ଓ ଅନେକ ଅତ୍ୟାଧୁନିକ ଉପକରଣ ଅଣାଯିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। କିନ୍ତୁ ଡିଏମ୍ ପାଠ୍ୟକ୍ରମ ଖୋଲିବା ପାଇଁ କେବେ ନିଷ୍ପତ୍ତି ହେବ ଅଥବା ଘୋଷଣା ହେବ ସେ ସଂପର୍କରେ କିଛି ସ୍ପଷ୍ଟ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe