ଡିଏମଇଟିଙ୍କ ସତର୍କବାଣୀ: ଆବଶ୍ୟକ ହେଲେ ଓଡ଼ିଶାରେ ଲକଡାଉନ ଫେରିବ

Advertisment
ଡିଏମଇଟିଙ୍କ ସତର୍କବାଣୀ: ଆବଶ୍ୟକ ହେଲେ ଓଡ଼ିଶାରେ ଲକଡାଉନ ଫେରିବ

କଟକ: କରୋନା ସଂକ୍ରମଣକୁ ନେଇ ଡିଏମଇଟି ସିବିକେ ମହାନ୍ତି ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ଏବେ ରାଜ୍ୟରେ କୋଭିଡ୍ କେସ୍ କମୁଛି। ଏହି କାରଣରୁ ଏବେ ଲକଡାଉନର ସମ୍ଭାବନା ନାହିଁ। ତେବେ ଲୋକେ ନିଜେ ସଚେତନ ନ ରହିଲେ, ପୁଣି ଥରେ ଓଡ଼ିଶାକୁ ଲକଡାଉନ୍ ଫେରିପାରେ ବୋଲି ଡିଏମଇଟି ସତର୍କ କରାଇଛନ୍ତି। ଭାରତର ସ୍ଥିତିକୁ ଦେଖିଲେ ଓଡ଼ିଶାର ଅବସ୍ଥା ଭଲ ଅଛି। ରାଜ୍ୟରେ କଣ୍ଟେନମେଣ୍ଟ ବ୍ୟବସ୍ଥା ବନ୍ଦ ହୋଇନାହିଁ। ତେବେ ଆବଶ୍ୟକତା ଅନୁସାରେ ସବୁ ପଦକ୍ଷେପ ନିଆଯିବ। ଏଥିଲାଗି ରାଜ୍ୟ ସରକାର ଆମକୁ ନିର୍ଦ୍ଦେଶ ଦେଇଛନ୍ତି। ଲକଡାଉନ୍ ଓ ସଟଡାଉନର ଆବଶ୍ୟକତା ପଡ଼ିଲେ ପୁଣି ତାହା କରାଯିବ ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସର୍ଭେଲାନ୍ସ ଟିମ୍ ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିଛନ୍ତି। ତଥାପି ଯେଉଁମାନଙ୍କର କରୋନାର କୌଣସି ବି ଲକ୍ଷଣ ଦେଖାଗଲେ ସେମାନେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe