ମୋଟା ହେଉଛି ଡିଏମ୍‌ଏଫ୍‌ ପାଣ୍ଠି: ଆଦାୟ ବଢ଼ୁଛି, ଖର୍ଚ୍ଚ କମୁଛି, ଖଣି ପ୍ରଭାବିତଙ୍କୁ ମିଳୁନି ମୌଳିକ ସୁବିଧା

Advertisment

ଖଣି ଖଦାନ ବଢ଼ୁଛି। ସମାନ ଅନୁପାତ‌ରେ ବଢ଼ୁଛି  ଜିଲ୍ଲା ଖଣିଜ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌) ପାଣ୍ଠି। ହେଲେ ଏହାକୁ ବିନିଯୋଗ କରି ଜିଲ୍ଲାର ବିକାଶକୁ ଗୁରୁତ୍ବ ଦିଆଯାଉନି। ସରକାରୀ ତହବିଲରେ ଡିଏମ୍‌ଏଫ୍‌ ପାଣ୍ଠି ମୋଟା ହେବାରେ ଲାଗିଛି।

ଖଣି ଖଦାନ ବଢ଼ୁଛି। ସମାନ ଅନୁପାତ‌ରେ ବଢ଼ୁଛି  ଜିଲ୍ଲା ଖଣିଜ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌) ପାଣ୍ଠି। ହେଲେ ଏହାକୁ ବିନିଯୋଗ କରି ଜିଲ୍ଲାର ବିକାଶକୁ ଗୁରୁତ୍ବ ଦିଆଯାଉନି। ସରକାରୀ ତହବିଲରେ ଡିଏମ୍‌ଏଫ୍‌ ପାଣ୍ଠି ମୋଟା ହେବାରେ ଲାଗିଛି।

ଡିଏମ୍‌ଏଫ୍‌ ପାଣ୍ଠିରେ ବାବୁଙ୍କ ପ୍ରକୋଷ୍ଠ ନିର୍ମାଣ

ଅନୁଗୁଳ: ଖଣି ଖଦାନ ବଢ଼ୁଛି। ସମାନ ଅନୁପାତ‌ରେ ବଢ଼ୁଛି  ଜିଲ୍ଲା ଖଣିଜ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌) ପାଣ୍ଠି। ହେଲେ ଏହାକୁ ବିନିଯୋଗ କରି ଜିଲ୍ଲାର ବିକାଶକୁ ଗୁରୁତ୍ବ ଦିଆଯାଉନି। ସରକାରୀ ତହବିଲରେ ଡିଏମ୍‌ଏଫ୍‌ ପାଣ୍ଠି ମୋଟା ହେବାରେ ଲାଗିଛି। ଏପଟେ ଲୋକଙ୍କ ମୌଳିକ ସମସ୍ୟା ବି ପୂରଣ ହୋଇପାରୁନି। ସ୍ଥିତି ଏମିତି ଯେ, ଏବେ ଡିଏମ୍‌ଏଫ୍‌ ପାଣ୍ଠିରେ ହାତକୁ ନିଆଯାଇଥିବା ପ୍ରାୟ ‌ହଜାରେ ପ୍ରକଳ୍ପ ଅଧାପନ୍ତରିଆ ଅବସ୍ଥାରେ ରହିଛି। ଅନୁଗୁଳ ଜିଲ୍ଲାରେ ଏବେ ଏକ ଡଜନ୍‌ କୋଇଲା ଖଣିରୁ କୋଇଲା ଉତ୍ତୋଳନ କରାଯାଉଛି। ‌ତାଳଚେର, କଣିହାଁ ଓ ଛେଣ୍ଡିପଦା ବ୍ଲକ୍‌ରୁ ଏମ୍‌ସିଏଲ୍‌ ସମେତ କିଛି ଘରୋଇ କଂପାନି କୋଇଲା ଖୋଳୁଛନ୍ତି। ଖଣି ବଢ଼ିବା ପରେ ଏଥିରୁ ମିଳୁଥିବା ଡିଏମ୍‌ଏଫ୍‌ ପାଣ୍ଠି ବି ବଢ଼ୁଛି। ଗତ ୫ ବର୍ଷରେ ଏହି ପାଣ୍ଠି ପାଖାପାଖି ୨ ଗୁଣ ବଢ଼ିଲାଣି। ଏପଟେ ଏହି ସମୟ ଭିତରେ ଏହି ପାଣ୍ଠିର ବିନିଯୋଗ ଅଧା କମିଯାଇଛି।

ସରକାରୀ ତଥ୍ୟ ଅନୁସାରେ, ୨୦୨୪-୨୫ ଆର୍ଥିକ ବର୍ଷରେ ଜାନୁଆରି ମାସ ଶେଷ ସୁଦ୍ଧା ଡିଏମ୍‌ଏଫ୍‌ ପାଣ୍ଠିକୁ ୪୬୬ କୋଟି ଟଙ୍କା ଆସିଥିଲା। କିନ୍ତୁ ଏହି ସମୟ ଭିତରେ ଖର୍ଚ୍ଚ କରାଯାଇଛି ମାତ୍ର ୧୦୧ କୋଟି ଟଙ୍କା। ଅର୍ଥାତ୍‌ ଆଦାୟର ଏକ ଚତୁର୍ଥାଂଶ ବି ଖର୍ଚ୍ଚ କରାଯାଇନି। ଗତ ୪ ବର୍ଷ ହେଲା ସମାନ ସ୍ଥିତି। ୨୦୨୧-୨୨ରେ ଡିଏମ୍‌ଏଫ୍‌ ପାଣ୍ଠି ପାଇଁ ୪୮୮ କୋଟି ଟଙ୍କା ଆଦାୟ କରାଯାଇଥିବା ବେଳେ ଖର୍ଚ୍ଚ ୨୯୭ କୋଟି ଟଙ୍କା। ୨୦୨୨-୨୩ରେ ଆଦାୟ ୬୫୨ କୋଟି ଟଙ୍କାରୁ ମାତ୍ର ୨୦୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ୨୦୨୩-୨୪ରେ ୫୧୦ କୋଟି ଟଙ୍କା ଆଦାୟ କରାଯାଇଥିଲା। ଏଥିରୁ ୧୯୩ କୋଟି ଟଙ୍କା ଖର୍ଚ୍ଚ ହୋଇପାରିଛି। ଲଗାତାର ୪ ବର୍ଷ ହେଲା ଏମିତି ଆଦାୟ ତୁଳନାରେ ଖର୍ଚ୍ଚ କମି ଚାଲିଛି। 

ତେବେ ଏହା ପୂର୍ବରୁ ସ୍ଥିତି ଓଲଟା ଥିଲା। ୨୦୧୯-୨୦ରେ ୩୪୪ କୋଟି ଟଙ୍କା ଆଦାୟ ହୋଇଥିଲେ ମଧ୍ୟ ୪୯୬ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ସେହିପରି ୨୦୨୦-୨୧ରେ ୨୮୧ କୋଟି ଟଙ୍କା ମିଳିଥିଲେ ମଧ୍ୟ ଖର୍ଚ୍ଚ ହୋଇଥିଲା ୩୫୭ କୋଟି ଟଙ୍କା। ଅର୍ଥାତ୍‌ ୫ ବର୍ଷ ତଳେ ଏହି ପାଣ୍ଠିରୁ ଯେତିକି ଟଙ୍କା ବିନିଯୋଗ ହୋଇପାରୁଥିଲା ଏବେ ତା’ ପାଖାପାଖି ଅଧା କମି ଯାଇଛି। ଏପଟେ ଆଦାୟ କିନ୍ତୁ ଦୁଇଗୁଣା ହେଲାଣି। ଏଥିପାଇଁ ଏହି ପାଣ୍ଠି ଦିନକୁ ଦିନ ମୋଟା‌ ହେବାରେ ଲାଗିଛି। ଗତ ଜାନୁଆରି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ଡିଏମ୍‌ଏଫ୍‌ ପାଣ୍ଠି ୧୯୨୫ କୋଟି ଟଙ୍କାରେ ପହଞ୍ଚିଛି। ୨୦୨୦-୨୧ ବେଳକୁ ଏହି ପାଣ୍ଠିରେ ୬୦୭ କୋଟି ଟଙ୍କା ଜମା ରହିଥିଲା ବେଳେ ଏ ଭିତ‌ରେ ଏହା ୩ ଗୁଣାରୁ ଅଧିକ ବଢ଼ିଛି। ଡିଏମ୍‌ଏଫ୍‌ ଟ୍ରଷ୍ଟର ନିୟମିତ ବୈଠକ ନ ହେବା ଓ ଲୋକଙ୍କ ମୌଳିକ ସମସ୍ୟାକୁ ପ୍ରଶାସନ ଗୁରୁତ୍ବ ନ ଦେବାରୁ ପ୍ରାୟ ୨ ହଜାର କୋଟି ଟଙ୍କା ପଡ଼ି ରହିଛି।  ଗତ ୫ ବର୍ଷରେ ଏହି ପ‌ାଣ୍ଠିରୁ ପ୍ରାୟ ୫ ହଜାର ପ୍ରକଳ୍ପ ପାଇଁ ଅର୍ଥ ବ୍ୟୟ ବରାଦ କରାଯାଇଥିବା ବେଳେ ଏଥିରୁ ୧୦୫୫ଟି ପ୍ରକଳ୍ପ ଶେଷ ହୋଇପାରିନି। ଫଳରେ ଖଣି ପ୍ରଭାବିତ ଲୋକମାନେ ସେମାନଙ୍କ ହକ୍‌ରୁ ବଞ୍ଚିତ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe